
ଓଡ଼ିଶା ତାଜା ନ୍ୟୁଜ (୨୫ ଅକ୍ଟୋବର ରବିବାର) ବାଲେଶ୍ଵର :– ବାଲେଶ୍ଵର ଉପନିର୍ବାଚନ ରେ , ବିଜେଡିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ନାମ ଘୋଷଣା କରିବା ପରେ ରାଜ୍ୟ ସ୍ତରୀୟ ବିଜେଡି ବରିଷ୍ଠ ନେତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରଚାର କାର୍ଯ୍ୟ ଜୋର୍ ଧରିଛି।ବାଲେଶ୍ଵର ନଗର ନିଗମ ରେ ୨ନମ୍ବର ୱାର୍ଡ ରେ ବିଜୁ ଜନତା ଦଳର ର ପ୍ରାର୍ଥୀ ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସ ଙ୍କ ପାଇଁ ପ୍ରଚାର ଦାୟିତ୍ୱ ରେ ଥିବା ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଓ ବରୀ ବିଜୁ ଜନତା ଦଳର ଆବାହକ ଶ୍ରୀଯୁକ୍ତ ଦେବେନ୍ଦ୍ର ଦାସ,
ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସ ଙ୍କ ଉପସ୍ଥିତ ରେ ୨ ୱାର୍ଡ ରେ ସ୍ଥାନୀୟ ନେତା ଓ ବିଜୁ ଜନତା ଦଳର କର୍ମୀ ମାନଙ୍କ ସହ ଘରେ ଘରେ ପହଞ୍ଚି ଜନସାଧାରଣ ଙ୍କ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ଶାସନ ଓ ଜନ କଲ୍ୟାଣ ଯୋଜନା ବିଷୟରେ ବୁଝାଇ ଶଙ୍ଖ ଚିଂହ ରେ ମୋହର ମାରି ଜୟଯୁକ୍ତ କରାଇବା କୁ ନିବେଦନ କରିବା ଦେଖିବା କୁ ମିଳିଛି।ଜଣେ ତୃଣମୂଳ ସ୍ତରର ରାଜନେତା କୁ କିପରି ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳୀୟ ଟିକେଟ ଦେଇ ବିଧାୟକ କରିଛନ୍ତି ତାହା ଆଲୋଚନା ଧରିଛି ଓ ତୃଣମୂଳ ସ୍ତରରେ ଲୋକମାନଙ୍କ ସହ ମିଶିବା ଓ ବହୁଦିନ ର ଅଭିଜ୍ଞତା କୁ ପାଥେୟ କରି ବାଲେଶ୍ବରରେ ଜନସାଧାରଣ ଙ୍କ ନିକଟରେ ଆଦୃତ ହୋଇଛନ୍ତି । (ବାଲେଶ୍ଵର ରିପୋର୍ଟ /ଦୀପ୍ତିମାନ ପତି)














