• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ବିଫଳ ଶାସନ ଓ ଚରମ ଅବ୍ୟବସ୍ଥାର ସରକାର ବିଜେଡି – ଡ. ଏ. ଚେଲ୍ଲାକୁମାର

Proprietor Abhimanyu Maharana by Proprietor Abhimanyu Maharana
October 9, 2020
in Uncategorized, ଓଡ଼ିଶା, ଦେଶ, ରାଜନୀତି, ହୋମ୍
0
ବିଫଳ ଶାସନ ଓ ଚରମ ଅବ୍ୟବସ୍ଥାର ସରକାର ବିଜେଡି – ଡ. ଏ. ଚେଲ୍ଲାକୁମାର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ ( ୦୯ ଅକ୍ଟୋବର ଶୁକ୍ରବାର ) ଭୁବନେଶ୍ୱର :- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଓଡିଶାର ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଡ. ଏ. ଚେଲାକୁମାର, ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର, ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ, ସାଂସଦ ଶ୍ରୀ ସପ୍ତଗିରି ଉଲାକା ଓ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍‌ଗୋଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଥିଲେ । ସର୍ବପ୍ରଥମେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଉତ୍କଳମଣିଙ୍କ ସ୍ମୃତିଚାରଣ କରି କହିଲେ ଯେ ପଣ୍ଡିତ ଗୋପବନ୍ଧୁ ଦାସ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଂସ୍ଥାପକ ଅଧ୍ୟକ୍ଷ ଥିଲେ ଓ ତାଙ୍କରି ମାର୍ଗ ସଦା ଅନୁକରଣୀୟ । କଂଗ୍ରେସ ଦଳର ସ୍ୱର୍ଣ୍ଣିମ ଇତିହାସ ଉପରେ ଆଲୋକପାତ କରି କହିଥିଲେ ଯେ ଦେଶର ସ୍ୱାଧିନତା ଆନ୍ଦୋଳନରୁ କଂଗ୍ରେସର ଜନ୍ମ ଏବଂ ଏକ ରାଜନୈତିକ ଦଳ ଭାବରେ କଂଗ୍ରେସ ସର୍ବଦା ବିକାଶ ଉପରେ ଗୁରୁତ୍ୱ ଦେଇ ଆସିଛି ।

ସାଧାରଣ ଜନତାଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ସାମ୍ବିଧାନିକ ପଦପଦବୀ ଏବଂ ପଂଚାୟତିରାଜ ବ୍ୟବସ୍ଥା ଭଳି ଲୋକାଭିମୁଖୀ ଓ ଜନତାଙ୍କ ନିକଟରେ ଉତରଦାୟୀ ସରକାର ଦେଶକୁ ଦେଇଆସିଛି । କିନ୍ତୁ ଆଜିର ଦିନରେ ଓଡିଶା ଭଳି ପ୍ରାକୃତିକ ସଂପଦରେ ଭରପୁର ପ୍ରଦେଶର ଜନତା କର୍ମନିଯୁକ୍ତି ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦୀର୍ଘ ୨୧ ବର୍ଷ ଧରି ଶାସନ କ୍ଷମତାରେ ଥିବା ଦଳ ରାଜ୍ୟରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିନପାରିବା ଚରମ ଅପାରଗତାକୁ ପଦାରେ ପକାଉଛି । ରାଜ୍ୟର ଆର୍ଥିକ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ସ୍ଥିତିରେ ଅଛି । ୨୦୦୦ ମସିହାରେ ରାଜ୍ୟର ଋଣ ପରିମାଣ ୧୮,୧୦୦ କୋଟି ଥିବା ବେଳେ ୨୦୨୦ ମସିହାରେ ଏହା ବୃଦ୍ଧି ପାଇ ୧,୩୦,୦୦୦ କୋଟିରେ ପହଂଚିଛି । ରାଜ୍ୟର ୩୫ଟି ବୃହତ୍ ଶିଳ୍ପ ଯଥା ରାଉରକେଲା ଷ୍ଟିଲ ପ୍ଲାଂଟ, ପାରାଦ୍ୱୀପ ପୋର୍ଟ, ନାଲ୍‌କୋ ଓ ହାଲ୍ ଆଦି କଂଗ୍ରେସ ଶାସନ ସମୟରେ ପ୍ରତିଷ୍ଠା ହୋଇଥିଲା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ‘ହଜାର ଦିନରେ ହଜାର ଶିଳ୍ପ’ ଓଡିଶାର ଶିଳ୍ପାୟନ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା ଏବଂ ତା ସହିତ ୨.୫ ଲକ୍ଷ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା । କଂଗ୍ରେସ ସରକାର ସମୟରେ ଓଡିଶାରେ ୯ଟି ସୂତାକଳ ପ୍ରତିଷ୍ଠା ହୋଇଥିଲା । କିନ୍ତୁ ବର୍ତମାନ ସମସ୍ତ ଶିଳ୍ପ ପ୍ରତିଷ୍ଠାନ ବିଜେଡି ସରକାର ସମୟରେ ବନ୍ଦ ହୋଇଯାଇଛି । ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିଲେ ମଧ୍ୟ କଂଗ୍ରେସ ସରକାର ସମୟରେ ପ୍ରତିଷ୍ଠା ହୋଇଥିବା ବୃହତ୍ ଜଳସେଚନ ପ୍ରକଳ୍ପ ଯଥା ହୀରାକୁଦ ଡ୍ୟାମ, ରେଙ୍ଗାଲି ପ୍ରୋଜେକ୍ଟ, ସୁବର୍ଣ୍ଣରେଖା ପ୍ରୋଜେକ୍ଟ, ଅପର ଇନ୍ଦ୍ରାବତୀ, ଲୋୟର ଇନ୍ଦ୍ରାବତୀ ଓ କୋଲାବ ତଥା ୧୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପକୁ ବାଦ୍ ଦେଇ ଗୋଟିଏ ବି ଜଳସେଚନ ପ୍ରକଳ୍ପ ବିଗତ ୨୧ ବର୍ଷ ଭିତରେ କରାଯାଇନାହିଁ । ଏହାବାଦ୍ ସମଗ୍ର ରାଜ୍ୟର ଚାଷ ଜମିର ମାତ୍ର ୩୫ ପ୍ରତିଶତ ଜମି ମଧ୍ୟ ଜଳସେଚିତ ହୋଇପାରୁନାହିଁ । ଏହା ବିଜେଡି ସରକାରଙ୍କ ପ୍ରଶାସନିକ ବିଫଳତାର ନଗ୍ନ ଉଦାହରଣ । ଓଡିଶାରେ ବେକାରୀ ସମସ୍ୟା ଅନ୍ୟ ରାଜ୍ୟ ତୁଳନାରେ ଅତି ଉତ୍କଟ ଏବଂ ଏହା ୨୪ ପ୍ରତିଶତ । ଯାହାକି ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ । କୋଭିଡ୍ ସମୟରେ ରାଜ୍ୟକୁ ଫେରିଥିବା ୧୫ ଲକ୍ଷ ପ୍ରବାସୀ ଶ୍ରମିକ ରୋଜଗାର ନପାଇ ପୁନର୍ବାର କର୍ମସଂସ୍ଥାନ ଆଶାରେ ବାହାର ରାଜ୍ୟକୁ ଯିବା ଆରମ୍ଭ କଲେଣି । ଓଡିଶା ସରକାରଙ୍କର ସ୍କିଲ୍ ମ୍ୟାପିଂ କାର୍ଯ୍ୟ କେବଳ ଘୋଷଣାରେ ସୀମିତ ରହିଗଲା । ଶିକ୍ଷା କ୍ଷେତ୍ରରେ ବିଗତ ୨୧ ବର୍ଷ ଭିତରେ ଓଡିଶା ଅତ୍ୟନ୍ତ ଦୟନୀୟ ସ୍ଥିତିରେ ପହଂଚିଛି । ପାଖାପାଖି ୨୦ ହଜାର ସ୍କୁଲ ବନ୍ଦ ହେବାକୁ ବସିଛି ଏବଂ ପ୍ରାଥମିକ ସ୍ତରରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ଓଡିଶାରେ ସର୍ବାଧିକ ।

ନିକଟରେ ଓଡିଶା ବିଶ୍ୱ ବିଦ୍ୟାଳୟ ସଂଶୋଧନ ଆଇନ୍ ଭଳି ଏକ କଳା ଆଇନ୍ କରାଯାଇ ବିଶ୍ୱ ବିଦ୍ୟାଳୟରେ ସରକାରୀ ହସ୍ତକ୍ଷେପ ପାଇଁ ରାସ୍ତା ପରିଷ୍କାର କରାଯାଇଛି । ଏହା ଓଡିଶା ଶିକ୍ଷା ବ୍ୟବସ୍ଥା ପ୍ରତି ଚରମ ଉପହାସ । ଓଡିଶାର ସ୍ୱାସ୍ଥ୍ୟ ସେବା ଅତ୍ୟନ୍ତ ବିପର୍ଯ୍ୟସ୍ତ । ଶିଶୁ ମୃତ୍ୟୁରେ ଓଡିଶା ସମଗ୍ର ଦେଶରେ ୩ ନମ୍ବର ସ୍ଥାନରେ ଥିବା ବେଳେ ୫ ବର୍ଷରୁ କମ୍ ଶିଶୁଙ୍କ ମୃତ୍ୟୁରେ ସମଗ୍ର ଦେଶରେ ୨ୟ ସ୍ଥାନ ଅଧିକାର କରିଛି । ରାଜ୍ୟରେ ୬୫ ପ୍ରତିଶତ ଶିଶୁ ଅପପୃଷ୍ଟିର ଶିକାର ହେଉଥିବା ବେଳେ ୪୮ ପ୍ରତିଶତ ମହିଳା ଅପପୃଷ୍ଟିର କବଳରେ କବଳିତ । ରାଜ୍ୟରେ ଆଇନ୍‌ର ଶାସନ ନାହିଁ କହିଲେ ଚଳେ । ଗଣତନ୍ତ୍ରରେ ନିର୍ବାଚିତ ପ୍ରତିନିଧିଙ୍କ ଦ୍ୱାରା ଶାସନ ବ୍ୟବସ୍ଥା ଚାଲିବା ପରିବର୍ତେ କିଛି ମୁଷ୍ଟିମେୟ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଶାସନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯାଉଛି । ରାଜ୍ୟରେ ପଂଚାୟତିରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଫେଲ୍ ମାରିଛି ଏବଂ ବିଧାୟକ ତଥା ମନ୍ତ୍ରୀମାନଙ୍କର ପ୍ରଶାସନିକ କାର୍ଯ୍ୟରେ କୌଣସି ଭୂମିକା ରହୁନାହିଁ । କରୋନା ବିପତି ସମୟରେ ମାସ୍କ, ଭେଂଟିଲେଟର ତଥା ବିଭିନ୍ନ ଚିକିତ୍ସା ଉପକରଣ କିଣିବାରେ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ଦୁର୍ନୀତି ଏ ସରକାରର ସମ୍ବେଦନହୀନତାକୁ ପଦାରେ ପକାଇ ଦେଇଛି । ପ୍ରଭୁ ଜଗନ୍ନାଥ ଏଭଳି ସମ୍ବେଦନହୀନ ସରକାରକୁ କଦାପି କ୍ଷମା କରିବେ ନାହିଁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version