No Result
View All Result

କଟକ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଲୋକସଭାର ପୂର୍ବତନ ବାଚସ୍ପତି ସ୍ବର୍ଗତ ରବି ରାୟଙ୍କ ୧୦୦ ତମ ରାଜ୍ଯସ୍ତରୀୟ ଜୟନ୍ତୀ ସମାରୋହ ଉତ୍ସବ ନିଜ ଜନ୍ମ ମାଟି ବାଲିପାଟଣା ସ୍ଥିତ ଦୁର୍ଗା ମାଧବ କଲ୍ୟାଣ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ରବି ରାୟ ସ୍ମୃତି ସଂସଦ, ଓଡିଶା ସାହିତ୍ୟ ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ମୁଖ୍ୟ ଅତିଥିଭାବେ ଭାବେ ଯୋଗଦେଇ କହିଥିଲେ ଯେ ଅନନ୍ୟ ପ୍ରତିଭା ବଳରେ ରବିରାୟ କେବଳ ଏହି ଅଞ୍ଚଳ ନୁହେଁ ସାରା ବିଶ୍ୱକୁ ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ସମସ୍ତଙ୍କ ପାଇଁ ଅନୁକରଣୀୟ। ଲୋହିୟାଙ୍କ ଦ୍ୱାରା ପ୍ରଭାବିତ ହୋଇ ସମାଜବାଦୀ ଚିନ୍ତାଧାରାରେ ସେ ଦେଶ ସେବା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ ।

ମୁଖ୍ୟ ବକ୍ତା ଡ଼ କମଳା ପ୍ରସାଦ ମହାପାତ୍ର ତାଙ୍କର ବାଚସ୍ପତି କାର୍ଯ୍ୟକାଳ ଭିତରେ ସଦନ ପରିଚାଳନାରେ ସେ ନୂଆ ଇତିହାସ ସୃଷ୍ଟି କରି ଯାଇଛନ୍ତି ବୋଲି କହିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶଶୀ ଭୂଷଣ ବେହେରା, ରବି ରାୟଙ୍କ ନାମରେ ଏକ ପାଠାଗାର ପ୍ରତିଷ୍ଠା ପାଇଁ ଜମି ଓ ଅର୍ଥ ଯୋଗାଇ ଦେବାକୁ ପ୍ରତିଶୃତି ଦେଇ କହିଥିଲେ ଯେ ସେ ହେଉଛନ୍ତି ମୋର ରାଜନୈତିକ ଗୁରୁ , ତାଙ୍କର ସ୍ମୃତି ରକ୍ଷା ଆମ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ। ଏଥିରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲି ରବି ରାୟଙ୍କ ପାଇଁ ଜୟଦେବ ମାଟି ଆଜି ଗର୍ବିତ ବୋଲି କହିଥିଲେ। ବି ଡି ଓ ଶୁଭ୍ରାଂଶୁ ଶେଖର ପାଢ଼ୀ ବ୍ୟକ୍ତିଗତ ଭାବେ କିପରି ତାଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ତାହା ଉପସ୍ଥାପନା କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ସ୍ବର୍ଗତ ନେତାଙ୍କ ନାମରେ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇଙ୍କୁ ରବିରାୟ ସ୍ମୃତି ସମ୍ମାନ,କବି ଫନୀ ମହାନ୍ତିଙ୍କୁ ସାରସ୍ୱତ ସମ୍ମାନ,ସଞ୍ଜୟ ବରାଳଙ୍କୁ ସଂସ୍କୃତି ସମ୍ମାନ, ରାହୁଲ ମହାରଣାଙ୍କୁ ପରିବେଶବିତ ସମ୍ମାନ, ଡ଼ ଜୋତିର୍ମୟ ନାୟକଙ୍କୁ ସ୍ୱାସ୍ଥ୍ୟ ସେବା ସମ୍ମାନ, ଏଵଂ ତାଙ୍କର ସହଯୋଗୀ ମହମ୍ମଦ ସମଶୁର ଅଲ୍ଲୀଙ୍କୁ ମରନ୍ନୋତ୍ତର ଭାବେ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିରେ ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ମଧ୍ୟ ସମ୍ମାନିତ ହୋଇଥିଲେ। ସଂସଦର ସଭାପତି ଅଭିମନ୍ୟୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିର୍ମଳା ସୁବୁଦ୍ଧି ସ୍ୱାଗତ ସଂଗୀତ ଗାନ କରିଥିବାବେଳେ ଦିଲ୍ଲୀପ ଓଝା ସ୍ୱାଗତ ଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।
ଅନୁଷ୍ଠାନର ସମ୍ପାଦକ ଭଗବାନ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନୋରଞ୍ଜନ ରାୟ,ରମେଶ ସାହୁ,ଛାତ୍ରୀ ତମନ୍ନା ଭୋଇ,ରବୀନ୍ଦ୍ର ସ୍ୱାଇଁଙ୍କ ସମେତ କ୍ଷୀରୋଦ ରାୟ ମହାପାତ୍ର, ସୁବ୍ରତ ମହାନ୍ତି, ବଂକିମ ଚନ୍ଦ୍ର ନାୟକ, ରଜନୀ ରଞ୍ଜନ ଦାଶ, ଭବାନୀ ଶଙ୍କର ଦାଶ, କେଦାର ଚୌଧୁରୀ, ଶୁଭେନ୍ଦୁ ଦାଶ, ରଞ୍ଜନ ମହାପାତ୍ର, ଦୀନବନ୍ଧୁ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। କବି ବିପିନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କୋଷାଧକ୍ଷ ସୁରେଶ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

No Result
View All Result