ରଣପୁର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ଠାରେ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କିତ ମୋଟ ୧୧୬ଟି ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା । ପ୍ରାପ୍ତ ଅଭିଯୋଗ ମଧ୍ୟରେ ୯୮ଟି ବ୍ୟକ୍ତିଗତ ସମସ୍ୟା, ୧୦ଟି ଗ୍ରାମ ସମ୍ପର୍କିତ ସମସ୍ୟା ଏବଂ ୮ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF) ସମ୍ପର୍କିତ ଆବେଦନ ରହିଥିଲା ।
















