ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଗତ ତିନି ବର୍ଷ ମଧ୍ୟରେ ଓଡ଼ିଶାର ୧୩ ଜଣ ପୁଲିସ ଅଧିକାରୀଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆସିଛି । ୨୦୨୩ରୁ ୨୦୨୫ ମଧ୍ୟରେ ଏହି ଅଭିଯୋଗ ଆସିଥିବା ନେଇ ସୋମବାର ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ତଥ୍ୟ ରଖିଛନ୍ତି ।
















