ଗ୍ରାହକଙ୍କ ଅଭୂତପୂର୍ବ ଆଗ୍ରହ ଓ ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶାର ୧୯୩୬ରୁ ବିଶ୍ୱସନୀୟ ଗହଣା ପ୍ରତିଷ୍ଠାନ ପକ୍ଷରୁ ଅଫରର ଅବଧି ବୃଦ୍ଧି
ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ୧୯୩୬ରୁ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ଜିତି ଆସିଥିବା ଖିମଜୀ ଜୁଏଲର୍ସ ପକ୍ଷରୁ ଧନତେରସ ଧନବର୍ଷା ଅଫରର ଅବଧିକୁ ୨୦୨୬ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଓଡ଼ିଶାରେ ଥିବା ଖିମଜୀ ଜୁଏଲର୍ସର ସମସ୍ତ ଶୋରୁମରେ ଗ୍ରାହକଙ୍କ ଅଭୂତପୂର୍ବ ସମର୍ଥନ ଓ ଉତ୍ସାହଜନକ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି କମ୍ପାନି ଏହି ନିଷ୍ପତି ନେଇଛି। ଧନତେରସ ଧନବର୍ଷା ଅଭିଯାନକୁ ଚଳିତ ପାର୍ବଣ ଋତୁରେ ଗ୍ରାହକଙ୍କଠାରୁ ବେଶ ଭଲ ପ୍ରତିକ୍ରିୟା ମିଳିଥିଲା। ଶୋରୁମଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ସହ ଗହଣା କିଣାକିଣି ପାଇଁ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା।

ତେବେ ପର୍ବପର୍ବାଣି ସମୟରେ ବ୍ୟସ୍ତତା କାରଣରୁ ଅନେକ ଗ୍ରାହକ ଶୋରୁମକୁ ଆସିପାରି ନଥିଲେ। ସେମାନେ ଅଫରର ଅବଧି ବଢ଼ାଇବାକୁ ଅନୁରୋଧ କରିଥିଲେ। ଗ୍ରାହକ ପରିବାରର ପ୍ରତ୍ୟେକ ସଦସ୍ୟ ଯେପରି ଏହି ଅଫରର ଲାଭ ଉଠାଇପାରିବେ, ସେଥିପାଇଁ ଖିମ୍ଜୀ ଜୁଏଲର୍ସ ଏହାର ଅବଧି ବୃଦ୍ଧି କରିଛି। ଏହି ବର୍ଦ୍ଧିତ ଅଫର ୨୦୨୬ ନଭେମ୍ବର ୩୦ ତାରିଖ କାର୍ଯ୍ୟଦିବସ ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାରେ ଥିବା ଖିମଜୀ ଜୁଏଲର୍ସର ସମସ୍ତ ଶୋରୁମରେ ଉପଲବ୍ଧ ହେବ। ଅଫରର ଅବଧି ବୃଦ୍ଧି ସମ୍ପର୍କରେ ଖିମ୍ଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମିତେଶ ଖିମଜୀ କହିଛନ୍ତି ଯେ, “୧୯୩୬ରୁ ଓଡ଼ିଶାବାସୀ କେବଳ ଆମର ଗ୍ରାହକ ନୁହନ୍ତି, ସେମାନେ ଆମ ପରିବାରର ସଦସ୍ୟ।

ଏହି ଧନତେରସରେ ଆମର ପ୍ରତ୍ୟେକ ଶୋରୁମରେ ଗ୍ରାହକଙ୍କଠାରୁ ମିଳିଥିବା ଭଲପାଇବା ଓ ବିଶ୍ୱାସ ଆମକୁ ଅଭିଭୂତ କରିଛି। ଅନେକ ପରିବାର ଗହଣା କିଣିବା ପାଇଁ ଆଉ କିଛି ସମୟ ଦେବାକୁ ଅନୁରୋଧ କରିଥିଲେ। ସେମାନଙ୍କ ଅନୁରୋଧକୁ ଆମେ ଅଣଦେଖା କରିପାରିଲୁ ନାହିଁ। ନଭେମ୍ବର ୩୦ ଯାଏଁ ଧନବର୍ଷା ଅଫରକୁ ବୃଦ୍ଧି କରିବା ହେଉଛି ଆମକୁ ଭଲପାଇବା ଦେଇ ଆସିଥିବା ଅନେକ ପିଢ଼ିର ଗ୍ରାହକଙ୍କ ପ୍ରତି ଆମର କୃତଜ୍ଞତା ଜଣାଇବାର ଏକ ଛୋଟ ପ୍ରୟାସ।
ଆମେ ଚାହୁଁଛୁ, ଆମର ଗ୍ରାହକ ପରିବାର କେବଳ ବର୍ତମାନର କମ ସୁନା ଦରର ଲାଭ ଉଠାନ୍ତୁ ନାହିଁ ବରଂ ଏହି ଆକର୍ଷଣୀୟ ଅଫରର ସୁଯୋଗ ମଧ୍ୟ ପାଆନ୍ତୁ। ସମସ୍ତଙ୍କୁ ଆମର ଶୋରୁମ୍କୁ ଆସି ଏହି ଧନବର୍ଷାର ଆନନ୍ଦ ନିଜ ଘରକୁ ନେବା ପାଇଁ ଆମନ୍ତ୍ରଣ କରୁଛୁ।” ଗ୍ରାହକମାନେ ନିଜ ନିକଟସ୍ଥ ଖିମ୍ଜୀ ଜୁଏଲର୍ସ ଶୋରୁମକୁ ଯାଇ ବିଭିନ୍ନ ପାର୍ବଣ ଗହଣା ସମ୍ଭାର ଦେଖିବା ସହ ନଭେମ୍ବର ୩୦ ତାରିଖ ପୂର୍ବରୁ ଧନତେରସ ଧନବର୍ଷା ଅଫରର ଲାଭ ଉଠାଇପାରିବେ।














