
ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ବିଧାନସଭା ଶୀତ ଅଧିବେଶନରେ ସୋମବାର ପ୍ରତାପ କେଶରୀ ଦେବଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଭିଜିଲାନ୍ସ ମାମଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ୨୦୨୪ ଜୁନ୍ ୧୨ରୁ ୨୦୨୬ ନଭେମ୍ବର ୧୫ ମଧ୍ୟରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ମୋଟ ୫୨୫ଟି ମାମଲା ରୁଜୁ ହୋଇଛି । ଏଥିରେ ୧୪୧ଟି ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲା, ୨୩୭ଟି ଲାଞ୍ଚ ମାମଲା ଏବଂ ୧୪୭ଟି ଅର୍ଥ ତୋଷରପାତ ମାମଲା ରହିଛି ।















