No Result
View All Result

ପୁରୀ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଜନସାଧାରଣଙ୍କୁ ଉନ୍ନତମାନର ଦନ୍ତ ଚିକିତ୍ସା ସେବା ଯୋଗାଇଦେବା ଲକ୍ଷ୍ୟରେ ପୁରୀର ଗୋପୀନାଥପୁରସ୍ଥିତ ଗୋପୀନାଥଜୀ ମନ୍ଦିର ନିକଟରେ ନୂତନ ଡେଣ୍ଟାଲ୍ କ୍ଲିନିକ୍ ‘ଡେଣ୍ଟିଓରା’ ର ଶୁଭ ଉଦ୍ଘାଟନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଭାରତର ପ୍ରଖ୍ୟାତ ଚକ୍ଷୁ ବିଶେଷଜ୍ଞ ପ୍ରଫେସର ଡକ୍ଟର ଚଣ୍ଡୀ ଦାସ ଯୋଗଦେଇ ଡାକ୍ତର ମାନେ କେବଳ ବ୍ୟବସାୟିକ ମନୋବୃତ୍ତି ନରଖି ରୋଗୀ କଲ୍ୟାଣ କୁ ଧ୍ୟାନରେ ରଖି ସେବା ଯୋଗାଇବା ଆବଶ୍ୟକ ବୋଲି କହିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହିପ୍ରକାଶ ମଠର ମଠାଧୀଶ ସ୍ୱାମୀ ଶୁଭାନନ୍ଦ ପୁରୀ ମହାରାଜ ଜନସାଧାରଣ ସୁସ୍ଥ ନିରାମୟ ଜୀବନ ପାଇଁ ସାଧାରଣ ଓ ଆଧ୍ୟାତ୍ମ ଜୀବନ ଶୈଳୀ ଆପଣାଇବାର ଆବଶ୍ୟକ ଅଛି ବୋଲି କହିଥିଲେ।ଏହି କ୍ଲିନିକ୍ରେ ଅତ୍ୟାଧୁନିକ ଦନ୍ତ ଚିକିତ୍ସା ପଦ୍ଧତି ଓ ଉନ୍ନତ ସେବା ମାଧ୍ୟମରେ ରୋଗୀମାନଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇ ଦେବା ସହ ଦନ୍ତ ସ୍ୱାସ୍ଥ୍ୟ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଡେଣ୍ଟିଓରା ପ୍ରତିଷ୍ଠାତା ଡାକ୍ତର ପ୍ରୀୟଙ୍କର ରାୟ କହିଛନ୍ତି।
ଏହି ଅବସରରେ ଓଡ଼ିଶା ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ଡ କୈଳାଶ ଚନ୍ଦ୍ର ଟିକାୟତ ରାୟ,ନାଲକୋ ପୂର୍ବତନ ସିଏମଡି ତପନ କୁମାର ଚାନ୍ଦ ,ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ ବିଭାଗ ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ପ୍ରଦୀପ କୁମାର ସରକାର ,ସାମଜିକ ଅନୁଷ୍ଠାନ ଦ ବେଲ୍ ଅଧକ୍ଷ ସିଦ୍ଧାର୍ଥ ରାୟ ,ବରିଷ୍ଠ ସାମ୍ବାଦିକ ନାରାୟଣ ଦାସଙ୍କ ସହିତ ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା ଯୋଗଦେଇ ଅନୁଷ୍ଠାନ ଶୁଭ କାମନା କରିଥିଲେ।

No Result
View All Result