ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ବାତ୍ୟା ଅର୍ଣ୍ଣବ ଓ ଅକ୍ବାନର ପ୍ରଭାବରେ ଗଜପତିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଶେଷ କରି କୃଷି କ୍ଷେତ୍ରରେ ଏହାର ପ୍ରଭାବ ଅତ୍ୟଧିକ ରହିଥିବା ବେଳେ ଲୋକଙ୍କ ଆର୍ଥିକ ସ୍ଥିତି ଭୁଷୁଡ଼ି ପଡ଼ିଛି। ଏପରି ସମୟରେ ଲୋକଙ୍କ ଦୁଃଖରେ ସାମିଲ ହୋଇ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଠାରେ ତଥ୍ୟ ଉପସ୍ଥାପନ କରିବା ନିମନ୍ତେ ବିଜୁ ଜନତା ଦଳ ପକ୍ଷରୁ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ ପହଞ୍ଚିଛନ୍ତି ପୂର୍ବତନ ବାଚସ୍ପତି ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ।
















