ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ରାଜ୍ୟରେ ସଡ଼କ ସୁରକ୍ଷାକୁ ନେଇ ସାମ୍ନାକୁ ଆସିଛି ଉଦ୍ବେଗଜନକ ତଥ୍ୟ । ସଡ଼କ ଦୁର୍ଘଟଣା ନେଉଛି ହଜାର ହଜାର ଜୀବନ । ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ହାରାହାରି ୫ ହଜାର ୭୮୨ ଜଣଙ୍କ ମୃତ୍ୟୁ ହେଉଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ଘଟଣାପ୍ରବଣ ଅଞ୍ଚଳ ବା ବ୍ଲାକ୍ ସ୍ପଟ୍ ମଧ୍ୟ ପାଲଟିଛି ଚିନ୍ତାର କାରଣ । ରାଜ୍ୟରେ ଚିହ୍ନଟ ହୋଇଛି ମୋଟ ୩୨୫ଟି ବ୍ଲାକ୍ ସ୍ପଟ୍ । ଏଥିମଧ୍ୟରୁ ଜାତୀୟ ରାଜପଥରେ ୨୫୭ଟି ଏବଂ ରାଜ୍ୟ ରାଜପଥରେ ୬୮ଟି ବ୍ଲାକ୍ ସ୍ପଟ୍ ରହିଛି ।
















