ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ସାଇବର ଠକେଇ ମାମଲାରେ ଭୁବନେଶ୍ୱର ଓ ପଶ୍ଚିମବଙ୍ଗ ପୋଲିସର ମିଳିତ ଚଢ଼ାଉରେ ୩ ମହିଳାଙ୍କ ସମେତ ମୋଟ ୧୬ ଜଣ ଗିରଫ ହୋଇଛନ୍ତି । ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ୧୪ ମେ ୨୦୨୫ରେ ପଶ୍ଚିମବଙ୍ଗର ରାଜରହାଟ ଅଞ୍ଚଳର ସୌମିତ୍ର ମଣ୍ଡଳଙ୍କ ମୋବାଇଲ ଫୋନ୍ ହଜିଯାଇଥିଲା । ଏହାପରେ ତାଙ୍କ ଏସ୍ବିଆଇ ଓ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରୁ ବିନା ଅନୁମତିରେ ୩୨ଟି ଠକେଇମୂଳକ ଆର୍ଥିକ କାରବାର ହୋଇଥିଲା । ଏନେଇ ରାଜରହାଟ ଥାନାରେ ମାମଲା ରୁଜୁ ହୋଇଥିଲା ।
















