No Result
View All Result

ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଜୟଦେବ ନିର୍ବାଚନ ମଣ୍ଡଳୀର ବୟୋଜ୍ୟେଷ୍ଠ ନାଗରିକ ମାନଙ୍କର ଏକ ସମାବେଶ ବିଶ୍ୱନାଥପୁର ସ୍ଥିତ କ୍ରିଷ୍ଣା କଲ୍ୟାଣ ମଣ୍ଡପ ଠାରେ ଆଜି ବୁଧବାର ଅପରାହ୍ନରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଡ଼ ଅରବିନ୍ଦ ଢ଼ାଲି, ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଦର୍ଶନ ନାୟକ, ପୂର୍ବତନ ବିଧାୟକ ପ୍ରିୟଦର୍ଶି ମିଶ୍ର ଓ ତନୟା ଦାସ ଗୋସ୍ୱାମୀ ପ୍ରମୁଖ ଯୋଗ ଦେଇ ଦେଶ ରେ ଅରାଜକତା ସୃଷ୍ଟି ପାଇଁ କିଛି ବିରୋଧୀ ଶକ୍ତି ପ୍ରୟାସ କରୁଛନ୍ତି ବୋଲି କହିଥିଲେ। ସମସ୍ତ ଦେଶବାସୀ ଏହାର ଦୃଢ଼ ବିରୋଧ କରିବା ଆବଶ୍ୟକ।

ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଥିବା ଏହି ଶକ୍ତି କୁ ଉଚିତ ଜବାବ ଦେବା ପାଇଁ ବରିଷ୍ଠ ନାଗରିକ ମାନଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ସେମାନେ କହିଥିଲେ।ପୂର୍ବତନ ବ୍ୟାଙ୍କ ଅଧିକାରୀ ମାଗୁଣି ସେଠୀ ଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମରେ ଶତାଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମର ସଫଳତାରେ ସଞ୍ଜୟ ତ୍ରିପାଠୀ, ପବିତ୍ର ଭୋଇ, ଜୟନ୍ତ ଶିଶୁ, ସନ୍ତୋଷ ସାହୁ, ବ୍ରହ୍ମାନନ୍ଦ ସ୍ୱାଇଁ, ଝିଲ୍ଲୀ ସାମନ୍ତରାୟ, ଜଗନ୍ନାଥ ବେହେରା, ପ୍ରଦୀପ୍ତ ସ୍ୱାଇଁ, ମନୋରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।


No Result
View All Result