କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) ତୁରେକେଲା :- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଲର୍କୀ ଗ୍ରାମ ପଞ୍ଚାୟତର ରାମୁଡ଼ ଛକ ନିକଟ ହରିଜନ ପଡ଼ାରେ ଦୀର୍ଘ ଦିନ ହେଲା ଭଲ ରାସ୍ତାଟିଏ ନଥିବାରୁ ପଡ଼ାବାସୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ବର୍ଷା ହେଲେ କାଦୁଅ ପାଣିରେ ଯାତାୟାତ ଅସମ୍ଭବ ହୋଇପଡୁଛି । ଏନେଇ ପଡ଼ାବାସୀ ଧନଞ୍ଜୟ ନାଗ ସମାଜସେବୀ ଭକ୍ତ ଚରଣ ତାଣ୍ଡି ଓରଫ ଅରୁଣ କୁମାର ତାଣ୍ଡିଙ୍କୁ ଫୋନରେ ଜଣାଇଥିଲେ ।














