No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା/ ସହାୟିକା ସଙ୍ଘ ପକ୍ଷରୁ ପାଚିକା ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବି କରି କଟକ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଓ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ କଟକ ଜିଲ୍ଲାର ସମସ୍ତ ପାଚିକା ଓ ସହାୟିକାମାନେ ଯୋଗ ଦେଇ ୭ ଦଫା ଦାବିରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଘେରାଉ କରିଥିଲେ। ଏହି ଦାବୀ ଗୁଡିକ ମଧ୍ୟରେ ପାଚିକାମାନଙ୍କର ଗତ ଚାରି ମାସର ସମସ୍ତ ବକେୟା ପ୍ରାପ୍ୟ ପ୍ରଦାନ କରିବା, ସର୍ବନିମ୍ନ ଦୈନିକ ମଜୁରୀ ୪୬୭ ଟଙ୍କା ହିସାବରେ ମାସିକ ୧୩ ହଜାର,୮୬୦ ଟଙ୍କା ପ୍ରଦାନ କରିବା,

ପାଚିକା ମାନଙ୍କୁ ସରକାରୀ ମାନ୍ୟତା ଦେବା, ଅବସର ବୟସ ସୀମା ୬୦ ରୁ ୬୫ ବର୍ଷ କରାଯିବା ସହ ଅବସର କାଳୀନ ପେନସନ ଦିଆଯିବା ଏଵଂ ପ୍ରତି ମାସର ପ୍ରଥମ ସପ୍ତାହରେ ଭତ୍ତା ଓ ମଜୁରୀ ପ୍ରଦାନ, ଏମାନଙ୍କୁ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ସହ ବୀମା, ଚିକିତ୍ସା ସହାୟତା ପାଇଁ ପରିଚୟ ପତ୍ର ପ୍ରଦାନ କରିବା ଏବଂ ପୂର୍ବ ସରକାରଙ୍କ ଘୋଷଣା ଅନୁଯାୟୀ ଏକ ଲକ୍ଷ ଟଙ୍କା ମୃତ୍ୟୁ କାଳୀନ ସହାୟତା ଦେବା ସହ ବେଆଇନ ଛଟେଇ ପାଚିକା ଓ ସହାୟିକାଙ୍କୁ ପୁନନିଯୁକ୍ତି କରିବା ପାଇଁ ଦାବି କରାଯାଇଛି ।
ଆଇନଜୀବୀ ତଥା ରାଜନେତା ଶ୍ରୀ ଅମରେନ୍ଦୁ ମହାନ୍ତିଙ୍କ ନେତୃତ୍ୱରେ ପାଚିକା ଓ ସହାୟିକା ମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପୂରଣ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଓ କଟକ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ମଞ୍ଜୁଲତା ସାହୁ, ଶ୍ରୀମତୀ ସୁକାନ୍ତି ସାହୁ, ଶ୍ରୀମତୀ ସସ୍ମିତା ବେହେରା, ଶ୍ରୀମତୀ କୁନି ବସ୍ତିଆ, ଶ୍ରୀମତୀ ଗୌରୀ ବେହେରା, ଶ୍ରୀମତୀ କଳ୍ପନା ବେହେରା, ଏ.ଆଇ. ଟି. ୟୁ. ସି ର ଜିଲ୍ଲା କର୍ମକର୍ତ୍ତା ଶ୍ରୀ ଉଦୟ ବର୍ମା, ଶ୍ରୀ ପ୍ରସନ୍ନ ମହାପାତ୍ର, ଶ୍ରୀ ରଶ୍ମୀ ରଞ୍ଜନ ତ୍ରିପାଠୀ, ଏବଂ ଶ୍ରୀ ଜୟ ସିଂହ ଙ୍କ ସମେତ ବହୁ ସଂଖ୍ୟାରେ ପାଚିକା ଓ ସହାୟିକା ମାନେ ଯୋଗଦେଇ ଥିଲେ ।

No Result
View All Result