ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଅକ୍ଟୋବର ମାସ ୨୯ ତାରିଖ କୁ ସାରା ଦେଶରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ କରୁଥିବା ବେଳେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଏହି ଦିବସ ଟିକୁ ପାଳନ କରିଛନ୍ତି । ଏହି ପରିପ୍ରେକ୍ଷିରେ ଅନୁଷ୍ଠାନର ଫୁଲବାଣୀ ସ୍ଥିତ କାର୍ଯ୍ୟାଳୟ ଠାରେ ସମ୍ପାଦକ ହରି ଶଙ୍କର ରାଉତ ଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ୧୯୯୯ ମସିହାରେ ସମ୍ମୁଖିନ ହୋଇଥିବା ମହାବତ୍ୟା ଓ ତାର କରାଳ ବିଭିଶିକା କୁ ମନେ ପକାଇ ସେହି ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ବ୍ୟକ୍ତି ବିଶେଶ ମାନଙ୍କୁ ଶ୍ରଦ୍ଧାଞଳୀ ଅର୍ପଣ ସ୍ୱରୁପ ଦୁଇ ମିନିଟର ନିରବ ପ୍ରର୍ଥନା କରାଯାଇଥିଲା ।

ଅନୁଷ୍ଠାନ ତରଫରୁ ବରିଷ୍ଠ କର୍ମି ବିଶ୍ୱରଞନ କର ଉପସ୍ଥିତ ରହି ବିପର୍ଯ୍ୟୟ ସମୟରେ କିପରି ନିଜକୁ ସୁରକ୍ଷିତ ରଖିହେବ ତାହାର କିଛି କୌଶଳ ଉପସ୍ଥାପନା କରିବା ସହିତ କନ୍ଧମାଳ ଜିଲ୍ଲାରେ ସ୍ୱାତି ଅନୁଷ୍ଠାନ କାର୍ଯ୍ୟ କରିଥିବା କିଛି ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧିୟ ତଥ୍ୟ ଉପସ୍ଥାପନା କରିଥିଲେ । ତତ୍ସହିତ ୧୯୯୯ ମହାବାତ୍ୟା ପରଠାରୁ ଓଡିଶା କିପରି ବିପର୍ଯ୍ୟୟ କୁ ମୁକାବିଲା କରିବା ପାଇଁ ନିଜକୁ ପ୍ରସ୍ତୁତ କରି ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଥୋରିଟି ଗଠନ କରାଇ ଦେଶ ଏବଂ ଦେଶ ବାହାରେ ମଧ୍ୟ ପ୍ରଶଂସା ପାଇଛି ତାହା ଉପସ୍ଥାପନା କରିଥିଲେ ।
















