No Result
View All Result

କଟକ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କଟକ,ଶିଖରପୁର ନଦୀକୁଳସାହି କାଳିଆ ବୁଦା ସ୍ଥିତ ମା, ଶ୍ୟାମାକାଳୀଙ୍କ ପୀଠରେ ବାର୍ଷିକ ମହୋତ୍ସବ ଲାଗି ଏକ ପ୍ରସ୍ତୁତି ବୈଠକ ୨୦୨୬ , ଅନୁଷ୍ଠିତ ହୋଇଯାଇଛି। ଏହା ଆସନ୍ତା ନଭେମ୍ବର ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ପାଳନ ହେବ । ଏହି ଉପଲକ୍ଷେ ନାମ ସଂକ୍ରିତନ, ଭଜନ ସମାରୋହ, ଓଡ଼ିଶୀ ନୃତ୍ୟ, ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କମିଟିର ସଭାପତି ଶୁକଦେବ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ମନ୍ଦିର ପରିଚାଳନା କମିଟିର ମୁଖ୍ୟ ଅଶୋକ କୁମାର ମହାନ୍ତି, ସଂପାଦକ ସରୋଜ କୁମାର ମହାନ୍ତି, ସାହି ମୂରବୀ ଶରତ ଚନ୍ଦ୍ର ପ୍ରଧାନ,

ବିଜେପିର ବରିଷ୍ଠ ବିଜେପି ନେତା ଡ ପ୍ରଭାତ ରଞ୍ଜନ ବିଶ୍ବାଳ, ସଂପାଦକ ସରୋଜ କୁମାର ମହାନ୍ତି, ରବିନାରାୟଣ ଶତପଥୀ, ଲକ୍ଷ୍ମୀଧର ମହାନ୍ତି, ଭାଗିରଥି ଦଳେଇ, ବିରେନ୍ଦ୍ର ସ୍ଵାଇଁ, ପ୍ରକାଶ ପରିଡା, ଜୟନ୍ତ କୁମାର ପ୍ରଧାନ, ବସନ୍ତ ମହାନ୍ତି, ଜୟନ୍ତ କୁମାର ପ୍ରଧାନ, ବିଭୂତି ପରିଡା, ଭାରତ ଭୁଷଣ ସ୍ଵାଇଁ, ବସନ୍ତ ସ୍ଵାଇଁ, ଶିବ ପ୍ରସାଦ ଗୋଛି, ବିଘ୍ନ ପ୍ରଧାନ, ନବକିଶୋର ନନ୍ଦୀ, ରଶ୍ମୀ ମିଶ୍ର, କର୍ପୋରେଟର ଈ ସୁବ୍ରତ ଘଡେଇ, ପୁର୍ବତନ କର୍ପୋରେଟର ଚିରଞ୍ଜୟ ସାହୁ, ଆଶୁତୋଷ ମହାନ୍ତି, ଅଭିଜିତ ସ୍ଵାଇଁ, ଚାଉଳିଆଗଞ୍ଜ ଥାନା ଅଧିକାରୀ ରୀନାରାଣୀ ମିଶ୍ର, ଋଦ୍ର ବିଶ୍ବାଳ ପ୍ରମୁଖ ଯୋଗ ଦେଇ କାଳୀ ପୂଜା ଅବସରରେ ବିସ୍ତୃତ ଆଲୋଚନା କରିଥିଲେ ।

No Result
View All Result