
ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଶ୍ରୀକ୍ଷେତ୍ର ଯୁବ ସଂସ୍କୃତିକ ସଂସଦ ଆନୁକୂଲ୍ୟରେ ଦୁଇଦିନ ଧରି ସ୍ବର୍ଣ୍ଣାଭ ବେଳାଭୂମି ଠାରେ ଆୟୋଜିତ ହୋଇଥିବା ୪୭ତମ କୁମାର ଉତ୍ସବ ସୋମବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିଥିଲା ଇଣ୍ଡିଆ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କ ଓଲିଉଡ୍ ଓ ବଲିଉଡ ସଙ୍ଗୀତ ର ତାଳେ ତାଳେ ନାଚିଥିଲେ ଦର୍ଶକ । ଉଦ୍ଜାପାନୀ ସନ୍ଧ୍ୟାରେ ସଂପାଦକ ସନ୍ତୋଷ ଶତପଥୀ ସଭାପତିତ୍ବ କରିଥିଲେ ।ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ଅତିଥି ମାନେ ନିଜ ଅଭିଭାଷଣରେ ଦେଶର ସାଂସ୍କୃତିକ ବିବିଧତାକୁ ଗୋଟିଏ ମଞ୍ଚରେ ପ୍ରଦର୍ଶନ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ କଳା ଓ ସଂସ୍କୃତି ପ୍ରତି ଆଗ୍ରହ ବଢ଼ାଇବା ଲକ୍ଷ୍ୟ ରହିଥିବାରୁ ଅନୁଷ୍ଠାନର ଉତ୍ତର ଉତ୍ତର ଉନତି କାମନା କରିବା ସହ ଆଗକୁ ଅନୁଷ୍ଟାନ ଏହିପରି ଭାବରେ କାର୍ଯ୍ୟ ଜାରି ରହୁ ବୋଲି କହିଥିଲେ।















