ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ସ୍ଥିତ ମେଗା ପାନୀୟ ଜଳ ପ୍ରକଳ୍ପ କୁ ଆଜି ପୂର୍ବାହ୍ନ ରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଶାସନ ସଚିବ ସଂଜୀବ ମିଶ୍ର ଅଚାନକ ପରିଦର୍ଶନ କରିଛନ୍ତି । ସରକାରଙ୍କ ନିଷ୍ପତ୍ତି ଅନୁସାରେ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ସ୍ୱତନ୍ତ୍ର ଭାବରେ ଶାସନ ସଚିବମାନେ ନେବାପରେ ଏହା ତାଙ୍କର ପ୍ରଥମ ଗ୍ରସ୍ତ ଥିଲା । ସଚିବଙ୍କ ସହିତ ଦୁଇ ଏ ଡି ଏମ,ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ସ୍ଥାନୀୟ ବିଡ଼ିଓ ଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।















