• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ

Proprietor Abhimanyu Maharana by Proprietor Abhimanyu Maharana
September 28, 2026
in ଓଡ଼ିଶା, ଖୋର୍ଦ୍ଧା, ଦେଶ, ମହାନଗର, ହୋମ୍
0
New Delhi hosts 3rd World Peace Conclave
Share on FacebookShare on TwitterWhatsapp

ନୂଆଦିଲ୍ଲୀ  (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ନିକଟରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ବହୁତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମହା ସମାରୋହ ସ୍ୱାମୀ ଚିଦାନନ୍ଦ ବିଶ୍ୱ ଶାନ୍ତି ଫାଉଣ୍ଡେସନ ଦ୍ୱାରା ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଜାତିସଂଘର ଆନ୍ତର୍ଜାତିକ ଶାନ୍ତି ଦିବସ ପାଳନ ଉପଲକ୍ଷେ ଆୟୋଜିତ ହୋଇଥିଲା। ସମ୍ମିଳନୀରେ ଆଧ୍ୟାତ୍ମିକ ନେତା, ଶିକ୍ଷାବିତ, ଯୋଗ ଶିକ୍ଷକ, ଶାନ୍ତି ପ୍ରବକ୍ତା ଏବଂ ବିଭିନ୍ନ ପେଶାର ପ୍ରମୁଖ ବ୍ୟକ୍ତି ମାନେ ଏକତ୍ରିତ ହୋଇଥିବା ଦେଖାଯାଇଥିଲା ।

ବିଶ୍ୱ ଶାନ୍ତି ସମ୍ମିଳନୀ ଦିବ୍ୟ ଜୀବନ ସଂଘର ପୂର୍ବତନ ଅଧ୍ୟକ୍ଷ, ପୂଜ୍ୟ ଆଧ୍ୟାତ୍ମିକ ଗୁରୁ, ମାନବତାର ପ୍ରଚାରକ ଏବଂ ଶାନ୍ତିର ଦୂତ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ପବିତ୍ର ସ୍ମୃତିରେ ଅନୁଷ୍ଠିତ ହୋଇଥାଏ । “ଚିଦାନନ୍ଦ ଦଶକ ୨୦୧୬–୨୦୨୬ : ଏକ ବିଶ୍ୱ ଶାନ୍ତି ଅଭିଯାନ“ ର ଅଂଶ ବିଶେଷ ଭାବେ ଆୟୋଜିତ ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ଥିଲା “ଶାନ୍ତି, ମାନବଜାତିର ଆବଶ୍ୟକତା”। ଉତ୍ସବ ବେଦ ମନ୍ତ୍ର ପାଠ ସହିତ ଆରମ୍ଭ ହୋଇଥିଲା। ସ୍ୱାମୀ ଚିଦାନନ୍ଦ ବିଶ୍ୱ ଶାନ୍ତି ଫାଉଣ୍ଡେସନ୍‌ର ମହାସଚିବ ଅମରନାଥ ସେଠୀ ଉଦ୍‌ଘାଟନୀ ମନ୍ତବ୍ୟ ପ୍ରଦାନ କରିଥିଲେ।

ସମ୍ମିଳନୀର ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରି ସ୍ୱାମୀ ଚିଦାନନ୍ଦ ବିଶ୍ୱ ଶାନ୍ତି ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ସ୍ୱାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ୱତୀ, ସ୍ଥାୟୀ ଶାନ୍ତି କେବଳ ସମ୍ମିଳନୀ, ଚୁକ୍ତି, ସଂକଳ୍ପ କିମ୍ୱା କୂଟନୈତିକ ପଦକ୍ଷେପ ମାଧ୍ୟମରେ ହାସଲ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ। ଶାନ୍ତି ପ୍ରଥମେ ମନୁଷ୍ୟ ଭିତରେ ବ୍ୟାପ୍ତ ହେବା ଆବଶ୍ୟକ, ତା’ପରେ ପରିବାର, ସମାଜ, ରାଷ୍ଟ୍ର ଏବଂ ଶେଷରେ ସମଗ୍ର ବିଶ୍ୱକୁ ବ୍ୟାପିବା ଉପରେ ସ୍ୱାମୀଜୀ ଜୋର ଦେଇଥିଲେ।

ସାମ୍ପ୍ରତିକ ସମୟରେ ଯୋଗ ଓ ଆୟୁର୍ବେଦର ପ୍ରାସଙ୍ଗିକତା ଉପରେ ମତ ବ୍ୟକ୍ତ କରି କେରଳର ୟୁନିଭର୍ସାଲ୍ ଯୋଗ କନ୍‌ସସନେସ୍‌ ଏବଂ ଦର୍ଶନଯୋଗ ର ଯୋଗୀ ଜୟଦେବନ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ କଲ୍ୟାଣ ଦିଗରେ ଯୋଗର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ। “ଏକ ସ୍ୱାସ୍ଥ୍ୟ ଓ ଏକ ବିଶ୍ୱ” ଉପରେ ଆଲୋକପାତ କରି, ଲଣ୍ଡନର ଡକ୍ଟର ଦିବାକର ସୁକୁଲ ମାନବ ସ୍ୱାସ୍ଥ୍ୟ ଓ ଗ୍ରହର ସ୍ୱାସ୍ଥ୍ୟ ମଧ୍ୟରେ ରହିଥିବା ଅବିଚ୍ଛେଦ୍ୟ ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ।

ସ୍ୱାମୀ ଶିବାନନ୍ଦଙ୍କ ଯୋଗକୁ ଏକ ସମ୍ପୂର୍ଣ୍ଣ ଜୀବନ ଯାପନ ଶୈଳୀ ଭାବେ ଗ୍ରହଣ କରାଯିବାକୁ ସୁପାରିଶ କରି ବରିଷ୍ଠ ସନ୍ଥ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ମହାରାଜ ପ୍ରାର୍ଥନା, ଧ୍ୟାନ ଓ ଯୋଗ ଅଭ୍ୟାସକୁ ଦୈନନ୍ଦିନ ଜୀବନରେ ଶାନ୍ତି ଆହରଣ ପାଇଁ ବ୍ୟବହାର କରାଯିବାକୁ ପରାମର୍ଶ ଦେଇଥିଲେ। ଆନ୍ତର୍ଜାତିକ ସମ୍ବନ୍ଧର ପ୍ରସିଦ୍ଧ ବିଦ୍ୱାନ ପ୍ରଫେସର ମନୋରଞ୍ଜନ ମହାନ୍ତି ଶାନ୍ତିକୁ ଏକ ବିଶ୍ୱବ୍ୟାପୀ ବିପ୍ଳବର ରୂପ ଦେବା ପାଇଁ ଆହ୍ୱାନ ଜଣାଇଥିଲେ।

ଦିଲ୍ଲୀ ଗୁରୁଗ୍ରାମର ରାମକୃଷ୍ଣ ମଠ ଓ ମିଶନର ସ୍ୱାମୀ ପ୍ରାଣପ୍ରଦାନନ୍ଦ, ଶ୍ରୀ ରାମକୃଷ୍ଣ ପରମହଂସ ଓ ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନରେ ଶାନ୍ତିର ପ୍ରାସଙ୍ଗିକତା ଉପରେ ଉପରେ ଦର୍ଶାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଋଷିକେଶର ସ୍ୱର୍ଗIଶ୍ରମର ସ୍ୱାମୀ ବିଶ୍ୱରୂପାନନ୍ଦ ସରସ୍ୱତୀ ଏବଂ ବେଙ୍ଗାଲୁରୁ ର କର୍ପୋରେଟ ଟ୍ରେନର ଶିବାନନ୍ଦ ଚୌଧୁରୀ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସଭାର ଅଧ୍ୟକ୍ଷତା ବରିଷ୍ଠ ସନ୍ନ୍ୟାସୀ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ମହାରାଜ କରିଥିଲେ।

ଏହି ଅବସରରେ ଇଂରାଜୀ ଭାଷା ରେ ଲିଖିତ “ଶିବାନନ୍ଦ ଯୋଗ–ଏ ୱାର୍ଲଡ଼ ୱ।ଇଡ଼ ଫେଂନୋମେନନ” ଶୀର୍ଷକ ପୁସ୍ତକକୁ ଏହାର ଲେଖକ ସ୍ୱାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ୱତୀ ଓ ଅତିଥି ମାନେ ଉନ୍ମୋଚନ କରିଥିଲେ। ଏହି ପ୍ରକାଶନରେ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କର ଯୋଗ ସମ୍ପର୍କିତ ମୌଳିକ ଶିକ୍ଷା ଏବଂ ସମସାମୟିକ ଜଗତରେ ତାଙ୍କ ଦୃଷ୍ଟିକୋଣର ପ୍ରାସଙ୍ଗିକତା ସ୍ଥାନ ପାଇଛି। ପୁସ୍ତକଟି ପୁରୀର ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଲିଖିତ ଅଗ୍ରସୂଚନା ଲାଭ କରିବାର ବିରଳ ସମ୍ମାନ ଉପଲବ୍ଧ କରିଛି।

ସମ୍ମିଳନୀର ମୁଖ୍ୟ ଆକର୍ଷଣ ଆଧ୍ୟାତ୍ମିକତା, ଯୋଗ, ସେବା, ଶାନ୍ତି, ଯୁବ ନେତୃତ୍ୱ, ସାମାଜିକ ଓ ଡିଜିଟାଲ ବିଶେଷତ୍ୱ ନେଇ ଅବଦାନ ପାଇଁ ସମ୍ମାନ ପ୍ରଦାନ ଥିଲା । ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ମହାରାଜଙ୍କୁ ଲାଇଟ୍ ଅଫ୍ ହ୍ୟୁମାନିଟି ସମ୍ମାନ, ସ୍ୱାମୀ ବିଶ୍ୱରୂପାନନ୍ଦ ସରସ୍ୱତୀଙ୍କୁ ଶିବାନନ୍ଦ ଯୋଗ ରତ୍ନ, ଯୋଗୀ ଜୟଦେବନଙ୍କୁ ପତଞ୍ଜଳି ମହର୍ଷି ସମ୍ମାନ, ଲଣ୍ଡନର ଡକ୍ଟର ଦିବାକର ସୁକୁଲଙ୍କୁ ନିଷ୍କାମ କର୍ମ ଯୋଗୀ ସମ୍ମାନ ଏବଂ ଆଚାର୍ଯ୍ୟ ସୌମ୍ୟାଙ୍କୁ ପୁରାଣ ପୁରୁଷ ସମ୍ମାନ ପ୍ରଦାନ କରାଯାଇଥିଲା।

ଅନ୍ୟ ସମ୍ମାନିତ ପ୍ରତିଭା ମାନଙ୍କ ମଧ୍ୟରେ ନନ୍ଦନ ଦ୍ୱିବେଦୀ କୃତ୍ରିମ ବୁଦ୍ଧିମତ୍ତା ମାଧ୍ୟମରେ ଜେନ୍‌ଜେଡ୍‌ର ବିଶ୍ୱ ଶାନ୍ତିରେ ଯୋଗଦାନ ଉପରେ ଉତ୍କୃଷ୍ଟ ଉପସ୍ଥାପନା ପାଇଁ ଯୁବ ଭାରତୀ ସମ୍ମାନ ପାଇଥିଲେ। ଶେଖର ଗୋସ୍ୱାମୀ ଓ ଦମୟନ୍ତୀ ଚୌଧୁରୀଙ୍କୁ ମଧ୍ୟ ଯୁବ ଭାରତୀ ସମ୍ମାନ ପ୍ରଦାନ କରାଯାଇଥିଲା।

ବେଦାଙ୍ଗ ଗୋଏଲ ଯୁବ ପ୍ରତିଭା ପୁରସ୍କାର ପାଇଥିବା ବେଳେ ବିଜୟ କୁମାର ପାତ୍ରଙ୍କୁ ଅଡିଓ, ଭିଡିଓ ଓ ଡିଜିଟାଲ୍ ମିଡିଆ ମାଧ୍ୟମରେ ଆଧ୍ୟାତ୍ମିକ ବାର୍ତ୍ତା ପ୍ରଚାର କରିବା ପାଇଁ ଶିବାନନ୍ଦ ସେବା ରତ୍ନ ପୁରସ୍କାର ଦିଆଯାଇଥିଲା। ରାଜୀବ କୁମାର ପୁରୋହିତ ଓ ଗୋବିନ୍ଦ ଚନ୍ଦ୍ର ମହାନ୍ତି ଉଭୟ ଚିଦାନନ୍ଦ ଭକ୍ତି ରତ୍ନ ପୁରସ୍କାର ପାଇଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
New Delhi hosts 3rd World Peace Conclave

ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ

September 28, 2026
New Delhi hosts 3rd World Peace Conclave

New Delhi hosts 3rd World Peace Conclave

September 28, 2026
କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା

କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା

September 28, 2026
ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୬ ଗିରଫ

ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୬ ଗିରଫ

September 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

New Delhi hosts 3rd World Peace Conclave

ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ

September 28, 2026
New Delhi hosts 3rd World Peace Conclave

New Delhi hosts 3rd World Peace Conclave

September 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version