ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡାର ଉଦୀୟମାନ ଫୋଟ ଗ୍ରାଫର ବୁଲୁ ଏଥିରେ ଅଂଶ ଗ୍ରହଣ କରି ନିଜ କ୍ୟାମେରା ଲେନସ ରେ ଅଞ୍ଚଳ ର ବିଭିନ୍ନ ସ୍ଥାନରୁ ଉଠାଇଥିବା ଫଟୋ ସ୍ଥାନ ପାଇ ଅତିଥି ମାନଙ୍କ ଠାରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରିଛନ୍ତି । ସମଗ୍ର କନ୍ଧମାଳ ଜିଲାରୁ ଦ୍ୱିତୀୟ ଥର ପାଇଁ ବୁଲୁ ଜଣେ ମାତ୍ର ସମ୍ମାନିତ ହୋଇଥୁବାରୁ ଜିଲ୍ଲା ପାଇଁ ଗୌରବ ଆଣି ପାରିଛନ୍ତି l ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ଚତୁର୍ଥ ରାଜ୍ୟସ୍ତରୀୟ ଫଟୋ ପ୍ରତିଯୋଗିତାରେ ମଧ୍ୟ ସମ୍ମାନିତ ହେବା ସହ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ଉପ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଶାସନ ର ସଠିକ ଫୋଟ ଉତ୍ତୋଳନ କରି ସମ୍ମାନିତ ହୋଇଥିଲେ l ଏ ନେଇ ସବୁ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି l

© 2023 Odisha Taza News.