No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଖଣ୍ଡପଡ଼ା ବ୍ଲକ ଅଧୀନ ସିଧାମୂଳା ଗ୍ରାମ ନିକଟରେ ଅବସ୍ଥିତ ମହାନଦୀ ସେତୁଟି ଏବେ ଗୋ ଚାଲାଣ ଓ ଅବାଧ ନିଶାଦ୍ରବ୍ୟ କାରବାରର ମାଧ୍ୟମ ପାଲଟିଥିବା ଜଣାପଡିଛି। ମାଫିଆମାନେ ଉକ୍ତ ମହାନଦୀ ସେତୁ ଦେଇ ଦିର୍ଘ ବର୍ଷ ଧରି ନିର୍ବିଘ୍ନରେ କାରବାର ଚଳାଇ ଆସୁଥିବା ଜଣାପଡିଛି।ଅବିଭକ୍ତ କଟକ,ଅନୁଗୁଳ, ଢେଙ୍କାନାଳ ଜିଲ୍ଲା ସହ ସଡକ ପଥରେ ନୟାଗଡ,ବୌଦ୍ଧ,ଫୁଲବାଣୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାକୁ ସଡକ ପଥରେ ଏହି ମହାନଦୀ ସେତୁଟି ସଂଯୋଗ କରୁଥିବାରୁ ଏହାର ସୁଯୋଗ ନେଇ ମାଫିଆମାନେ ବେଶ ସକ୍ରୀୟ ହୋଇ ଉଠିଥିବା ଜଣାଯାଇଛି।ବିଶେଷ କରି ବିଳମ୍ବିତ ରାତିରେ ମାଫିଆମାନେ ଉକ୍ତ ସେତୁ ଦେଇ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଠାରୁ ଆରମ୍ଭ କରି ଦେଶୀ,ବିଦେଶୀ ମଦ ଓ ସରକାର ବ୍ୟାନ କରିଥିବା ଖଇନି,

ଗୁଟଖା ପ୍ରଭୃତି ଆଖପାଖ ଅଞ୍ଚଳକୁ ଚୋରାରେ ଚାଲାଣ କରୁଥିବା ଅଭିଯୋଗ ହେଉଛି।କଣ୍ଟିଲୋ ଫାଣ୍ଡି ,ଗଣିଆ,ଖଣ୍ଡପଡ଼ା ଓ ଫତେଗଡ ପୁଲିସ କେତେବେଳେ କେମିତି ଚଢାଉ କରି ଚୋରା କାରବାରରେ ଲିପ୍ତ ଯାନବାହନ ଗୁଡିକୁ ଜବତ କରିବା ସହ ମାଫିଆମାନଙ୍କୁ ଗିରଫ କରିବାରେ କିଛି କାଶଂରେ ସଫଳ ହୋଇଥିଲେ ହେଁ ନିଶାଦ୍ରବ୍ୟର ଅବାଧ କାରବାରକୁ ସଂପୂର୍ଣ୍ଣ ରୋକିବା ଦିଗରେ ସମର୍ଥ ହୋଇ ନଥିବା ଜଣାପଡିଛି।ତେବେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସିଧାମୂଳା ନିକଟସ୍ଥ ଜନଗହଳିପୂର୍ଣ୍ଣ ରାଜକିଆରୀ ଛକରେ ଏକ ଫାଣ୍ଡି ପ୍ରତିଷ୍ଠା ନିମନ୍ତେ ଅଞ୍ଚଳବାସୀ ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିଲେ ହେଁ ଏଥିପ୍ରତି ପୁଲିସ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ନତୁବା ଲୋକପ୍ରତିନିଧିମାନେ କେହି ହେଲେ ସେ ଦିଗରେ ଧ୍ୟାନ ଦେଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ସିଧାମୂଳା ମହାନଦୀ ସେତୁଟି କଣ୍ଟିଲୋ ଫାଣ୍ଡି ଠାରୁ ୧୧ କିଲୋମିଟର ଦୂରରେ ଅବସ୍ଥିତ ହୋଇଥିବା ବେଳେ ଗଣିଆ ଥାନା ଠାରୁ ଏହାର ଦୁରତ୍ବ ପାଖାପାଖି ୧୦ କିଲୋମିଟର ହେବ । ତେଣୁ ନିଶାଦ୍ରବ୍ୟ ଓ ଗୋ ଚାଲାଣ କାରବାରରେ ସଂପୃକ୍ତ ଥିବା ମାଫିଆମାନେ ବିଭିନ୍ନ ସମୟରେ ପୁଲିସକୁ ଚକମା ଦେଖାଇ ମହାନଦୀ ସେତୁ ଦେଇ ଖସି ଯିବାରେ ସକ୍ଷମ ହୋଇଥିବାର ଅନେକ ନଜିର ରହିଛି । ସେହିପରି ବିଭିନ୍ନ ସମୟରେ ଅପରାଧିମାନେ ଖଣ୍ଡପଡ଼ା, ଗଣିଆ ଥାନା ଓ କଣ୍ଟିଲୋ ଫାଣ୍ଡି ଅଞ୍ଚଳରେ ଅପରାଧ ଘଟାଇ ନିର୍ବିଘ୍ନରେ ସିଧାମୂଳା ସେତୁ ଦେଇ ଅବିଭକ୍ତ କଟକ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଅଧୀନ ବିଭିନ୍ନ ସ୍ଥାନକୁ ପଳାଇ ଯିବାରେ ସକ୍ଷମ ହେଉଥିବା ଜଣାପଡିଛି । ତେଣୁ ସର୍ବସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ରାଜକିଆରୀ ଛକରେ ଏକ ଫାଣ୍ଡି ପ୍ରତିଷ୍ଠା ନିମନ୍ତେ ରାଜ୍ଯ ପୁଲିସ ମହାନିର୍ଦ୍ଦେଶକ,ନୟାଗଡ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

No Result
View All Result