No Result
View All Result
ନୟାଗଡ଼ (ଓଡିଶା ତାଜାନ୍ୟୁଜ) ନି. ପ୍ର :- ଲାଠିପଡ଼ା ସ୍ଥିତ ମଡେଲ ଡିଗ୍ରୀ କଲେଜ ଠାରେ ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ ପାଠପଢା ଆରମ୍ଭ ହୋଇଅଛି । ପ୍ରଥମ ଦିବସରେ ଆଜି ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଇଂଡକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥି ଉଦଘାଟନ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ସରକାର ପ୍ରଣୋଦିତ ‘କେଜି ଟୁ ପିଜି’ ମାଗଣା ଶିକ୍ଷାଦାନ ର ଆଭିମୁଖ୍ୟ ସୁଚାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଶ୍ରେଣୀଗୃହ ଉପସ୍ଥାନ ଅନ୍ୟୁନ ୭୫ ପ୍ରତିଶତର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରଶାସନିକ ଅଧିକାରୀ ଗୌରମୋହନ ସାହୁ ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରିତ ଶିକ୍ଷା ପ୍ରଣାଳୀ, ପରୀକ୍ଷା ପଦ୍ଧତି ଓ ନିୟମାବଳୀ ସମ୍ପର୍କିତ ସୂଚନା ଦେଇଥିଲେ । ଛାତ୍ରଜୀବନରେ ନିର୍ଦିଷ୍ଟ ଲକ୍ଷ ସହିତ ଆଗକୁ ବଢିବାର ମହତ୍ୱ ସମ୍ପର୍କରେ ଅର୍ଥନୀତି ବିଭାଗ ମୁଖ୍ୟ ଅଜୟ କୁମାର ସେଠି ମତବ୍ୟକ୍ତ କରିଥିଲେ ।
ଉଚ ଶିକ୍ଷା ବିଭାଗ “ହିମ୍ସ ପୋର୍ଟାଲ” ରେ ଛାତ୍ରଛାତ୍ରୀ ମାନେ କିପରି ସହଜରେ ପଞ୍ଜିକରଣ କରିପାରିବେ ତତସଂଲଗ୍ନ ପ୍ରକ୍ରିୟା ଗୁଡିକୁ ନାମଲେଖା ଅଧିକାରିଣୀ ଦୀପିକା ରାଣୀ ଟୁରୁକ କମ୍ପ୍ୟୁଟର ମାଧ୍ୟମରେ ବୁଝାଇଥିଲେ । ଡକ୍ଟର ଜ୍ୟୋତ୍ସ୍ନାରାଣୀ କର ସଭାକାର୍ଯ୍ୟକୁ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ତରଫରୁ ସ୍ୱାଗତ କରିବା ସହିତ ଚକୋଲେଟ ଓ କଲମ ଉପହାର ପ୍ରଦାନ କରାଯାଇଥିଲା ।
ପ୍ରାୟ ୧୬୦ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଡକ୍ଟର ସନ୍ତୋଷ କୁମାର ବେହେରା, ଡକ୍ଟର ସୁନୀଲ କୁମାର ପ୍ରଧାନ, ଡକ୍ଟର ଅନିୟ ସାମନ୍ତରା , ଡକ୍ଟର ଅପରାଜିତା ମିଶ୍ର, ବିଜୟିନୀ ଶୁଭଦର୍ଶିନୀ, ରୀନାବାଳା ଘଡେଇ, ବିଭୁତି କୁମାର ପ୍ରଧାନ, ଡକ୍ଟର ପ୍ରକାଶ ସାହୁ, ଡକ୍ଟର ଗିରିଶ ନାୟକ , ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result