ନୟାଗଡ଼ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପାଖେ ନୟାଗଡ଼ ଦେବୋତ୍ତର ମ୍ୟାନେଜର କ୍ୱାର୍ଟରକୁ କାଉନସିଲର ନେତ୍ରାନନ୍ଦ ସାହୁ ବର୍ଷବର୍ଷ ଧରି ଜବରଦଖଲ କରି ସରକାରୀ ଖୁଚୁରା ବିକ୍ରିୟ କେନ୍ଦ୍ର କରିବା ଘଟଣାରେ ଆଜି ସାଂଘାତିକ ଘଟଣା ସାମ୍ନାକୁ ଆସିଛି । ଦେବୋତ୍ତର ବିଭାଗ ଉକ୍ତ ସରକାରୀ କ୍ୱାର୍ଟରକୁ ନୟାଗଡ଼ ପୈାର ପରିଷଦକୁ ଭଡ଼ା ସୁତ୍ରରେ ଦେଇଥିଲା । ୨୦୧୮ ମସିହାରେ ଉକ୍ତ କ୍ୱାର୍ଟର ମାସିକ ୬ ଶହ ଟଙ୍କା ଭଡ଼ାରେ ନୟାଗଡ଼ ପୈାର ପରିଷଦ ନେଇଥିଲା ।















