ନୟାଗଡ଼ (ଓଡିଶା ତାଜାନ୍ୟୁଜ) (ନି.ପ୍ର) :- ପାଠାଗାର ଆନ୍ଦୋଳନର ଆଗଧାଡିର ନାୟକ, ପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ୧୧୯ ତମ ଜୟନ୍ତୀ ଅବସରରେ ପୂଜ୍ୟପୂଜା କମିଟି, ନୟାଗଡ଼ ତରଫରୁ ଏକ ଶ୍ରଦ୍ଧାଞ୍ଜଳୀ ଓ ସ୍ମୃତି ଚାରଣ କାର୍ଯ୍ୟକ୍ରମ ନୟାଗଡ଼ ବଜାର ସ୍ଥିତ ପ୍ରତିମୂର୍ତ୍ତି ନିକଟରେ ସମାପନ ହୋଇଯାଇଛି। ପୂଜ୍ୟପୂଜା କମିଟି ସଭାପତି ଶ୍ରୀ ପ୍ରଶନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଧୁପ ଦୀପ ପ୍ରଦାନ କରାଯାଇଥିଲା ।















