• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ତ୍ରୁଟିପୂର୍ଣ୍ଣ ବହିକୁ ନେଇ ବର୍ଷିଲା ବିଜେଡି

Proprietor Abhimanyu Maharana by Proprietor Abhimanyu Maharana
July 7, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ତ୍ରୁଟିପୂର୍ଣ୍ଣ ବହିକୁ ନେଇ ବର୍ଷିଲା ବିଜେଡି
Share on FacebookShare on TwitterWhatsapp

ବିଜେଡି ବିଜେପି ସରକାରଙ୍କ କଥାରେ ରହୁନି ତାଳମେଳ – ବିଜେଡି
ପ୍ରାକ୍ ଶିକ୍ଷା ବ୍ୟବସ୍ଥାକୁ ଭୁଶୁଡ଼ି ଦେବାକୁ ଲାଗି ପଡ଼ିଛି ବିଜେପି
ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ଇସ୍ତଫା ଦାବି କଲା ବିଜେଡି
ଜୁଲାଇ ୯ରୁ ୧୫ ରାଜ୍ୟବ୍ୟାପୀ ଶିକ୍ଷା ବଞ୍ଚାଓ ଅଭିଯାନ

ଭୁବନେଶ୍ୱର (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ପାଠ୍ୟ ପୁସ୍ତକରେ ମାଳ ମାଳ ତ୍ରୁଟି ରହିଛି । ଯାହାର ସୁଧାର କରିବା ପରିବର୍ତ୍ତେ ଡବଲ ଇଞ୍ଜିନ ବିଜେପି ସରକାର ଓଡ଼ିଶାର ପ୍ରାକ୍ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବାରେ ଲାଗି ପଡିଛନ୍ତି । ବିଜେଡି ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ସରକାର ବିରୁଦ୍ଧରେ ବର୍ଷିଛନ୍ତି । ଚାନ୍ଦବାଲି ବିଧାୟକ ତଥା ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ବ୍ୟୋମକେଶ ରାୟ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ବିଧାୟକ ଶ୍ରୀ ରାୟ କହିଛନ୍ତି ଯେ, ପାଠ୍ୟ ପୁସ୍ତକରେ ୨୦୦୦ରୁ ଉଦ୍ଧ୍ୱର୍ ତ୍ରୁଟି ରହିଛି । ତ୍ରୁଟିପୂର୍ଣ୍ଣ ପୁସ୍ତକ ଗୁଡିକ ପ୍ରତ୍ୟାହାର କରିବା ନେଇ ସରକାରୀ ସ୍ତରରେ ଘୋଷଣା କରାଯାଇଥିଲା । କିନ୍ତୁ ତାହା ହେଲା ନାହିଁ । ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବ କାହାରି କଥାରେ କୌଣସି ତାଳମେଳ ରହୁନାହଁ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସଚିବଙ୍କ ମଧ୍ୟରେ ତର୍କ ବିତର୍କ ଲାଗି ରହିଛି, କିନ୍ତୁ ସମାଧାନ ହେଉନାହିଁ । ବିଜେପି ସରକାରରେ ବିଧି ବ୍ୟବସ୍ଥା ସଠିକ୍ ଭାବରେ ରହୁନାହିଁ । ଏହିଭଳି ପରିସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପ୍ରାକ ଶିକ୍ଷାର ସମୟ ଥିବା ବେଳେ ତାହା ଭୁଶୁଡ଼ି ପଡ଼ିଲାଣି ।

ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରତ୍ୟାହାର କରି ନୂତନ ପୁସ୍ତକ ପ୍ରଦାନ କରିବା ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବାରମ୍ୱାର ଆନେ୍ଦାଳନ ପରେ ବି ପଦକ୍ଷେପ ଶୂନ୍ୟ ରହିଛି । ଏହା ବିରୁଦ୍ଧରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇ ରାଜ୍ୟବ୍ୟାପୀ ଆନେ୍ଦାଳନ କରିବ ବୋଲି ସ୍ଥିର କରିଛି । ଜୁଲାଇ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଶିକ୍ଷା ବଞ୍ଚାଓ ଅଭିଯାନକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସ୍ଥିର ହୋଇଛି । ପିଲାଙ୍କ ଭବିଷ୍ୟତ ନେଇ ଖେଳୁଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ସଚିବଙ୍କୁ ରାଜ୍ୟର ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ କେବେ ବି କ୍ଷମା କରିବେ ନାହିଁ ।

ତେଣୁକରି ବିଜେପି ସରକାର ବିରୁଦ୍ଧରେ ଯୁବ ଓ ଛାତ୍ର ସାମିଲ ହୋଇ ଦୃଢ଼ ଆନେ୍ଦାଳନ କରିବ । ଏଥିରେ ଅଭିଭାବକ ମାନେ ଯୋଗଦାନ କରିବା ନେଇ ବିଜେଡି ପକ୍ଷରୁ ଆହ୍ୱାନ କରାଯାଇଛି । ଏହାସହିତ ସମସ୍ତଙ୍କ ଇସ୍ତଫା ଦାବି କରିଛନ୍ତି । ସରକାରୀ ସିଷ୍ଟମ ବିପର୍ଯ୍ୟସ୍ତ ହୋଇଛି । ମନ୍ତ୍ରୀ ଓ ସଚିବ କାହାରି କଥାରେ ସାମଞ୍ଜସ୍ୟ ରହୁନାହିଁ । ପୁସ୍ତକରେ ସାଙ୍ଘାତିକ ତ୍ରୁଟି ହୋଇଥିବା ବେଳେ ଅଭିଭାବକ ମାନଙ୍କୁ ରାଜ୍ୟ ସରକାର ଭୂଅାଁ ବୁଲାଉଛନ୍ତି । ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ବେଳେ ପିଲାଙ୍କ ପାଖରେ ପୁସ୍ତକ ନାହିଁ । ମାସକ ମଧ୍ୟରେ ପୁସ୍ତକ ପ୍ରତ୍ୟାହାର କରି ତ୍ରୁଟି ଶୂନ୍ୟ ନୂତନ ପୁସ୍ତକ ପ୍ରଦାନ କରାଯାଉ ।

ନଚେତ ପୁରୁଣା ପୁସ୍ତକକୁ ପୁନଃ ପ୍ରଚଳନ କରାଯାଉ ବୋଲି ଦାବି କରିଛନ୍ତି । ରାଜ୍ୟ ସାରା ଶିକ୍ଷା ବଞ୍ଚାଓ ଅଭିଯାନ ଜରିଆରେ ରାଜ୍ୟ ସରକାରଙ୍କ ମୁଖା ସର୍ବସମ୍ମୁଖରେ ଖୋଲାଯିବ । ତ୍ରୁଟିପୂର୍ଣ୍ଣ ପୁସ୍ତକ କରି ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ କିଏ ସେ ଷଡ଼ଯନ୍ତ୍ରକାରୀ ତାଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି । ସେହିପରି ଚିନ୍ମୟ ସାହୁ କହିଛନ୍ତି ଯେ, ତ୍ରୁଟିକୁ ଲୁଚାଇବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଲୋକଙ୍କୁ ଠକିବାରେ ଲାଗିଛନ୍ତି । ତ୍ରୁଟିକୁ ଶିକ୍ଷା ମନ୍ତ୍ରୀ ଖଣ୍ଡନ କରିବା ବେଳେ ସଚିବ ଅନ୍ୟ ପ୍ରତିକ୍ରିୟା ଦେଉଛନ୍ତି । କାହାରି କଥାରେ ସାମଞ୍ଜସ୍ୟ ରହୁନାହିଁ ।

ଆଉ କିଛି ମାସ ପରେ ପିଲାଙ୍କ ପରୀକ୍ଷା ହେବ । କିନ୍ତୁ ତ୍ରୁଟି ପୂର୍ଣ୍ଣ ପୁସ୍ତକ ପ୍ରତ୍ୟାହାର କରି ନୂତନ ପୁସ୍ତକ ପ୍ରକାଶ ପାଇଁ ନୋଟିଫିକେସନ୍ ହେଉନାହିଁ । ନୂତନ ପୁସ୍ତକ ପ୍ରକାଶ କେବଳ ଘୋଷଣାବାଜିରେ ସୀମିତ ରହିଛି । କେବେ ନୂତନ ପୁସ୍ତକ ଯୋଗାଇ ଦିଆଯିବ ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି । ଜାତୀୟ ଶିକ୍ଷା ନୀତି (ଏନଇପି) ର ପୁସ୍ତକ ଚଳିତ ବର୍ଷ ପ୍ରଦାନ ନକରି ପୁରୁଣା ବହି ପ୍ରଦାନ କରିବାକୁ ଦାବି କରିଛନ୍ତି । ମହାବିଭ୍ରାଟ ଘଟିଥିବା ବେଳେ ବିଜେପି ସରକାର ପଦକ୍ଷେପ ଗ୍ରହଣ କରିବାରେ ପଛଘୁଞ୍ଚା ଦେଉଛି । ବିଜେପି ସରକାର ମିଥ୍ୟା ଘୋଷଣାବାଜିରେ ନକରି ପଦକ୍ଷେପ ଗ୍ରହଣ କରି ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛନ୍ତି ।

ପୁସ୍ତକ ପ୍ରକାଶରେ ୩୮୦କୋଟି ଟଙ୍କାର ଦୁର୍ନୀତି ହୋଇଛି । ସରକାରି ପ୍ରେସରେ ପୁସ୍ତକ ନଛାପି ଘରୋଇ ପ୍ରେସରେ ଛାପିବା ସନେ୍ଦହ ସୃଷ୍ଟି କରିଛି । ଏନେଇ ପଦକ୍ଷେପ ଗ୍ରହଣ ନକରିବା ପର୍ଯ୍ୟନ୍ତ ବିଜେଡି ଆନେ୍ଦାଳନ ଜାରି ରଖିବ ବୋଲି କହିଛନ୍ତି । ଯାହାକୁ ନେଇ ରାଜ୍ୟବ୍ୟାପି ବିରାଟ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସେ କହିଛନ୍ତି । ସେହିପରି ଇପ୍ସିତା ସାହୁ କହିଛନ୍ତି ଯେ, ଆମେ ଗଣତନ୍ତ୍ର ରାଜ୍ୟର ବାସିନ୍ଦା ହୋଇଥିବା ବେଳେ ଆମର ଗଣତାନ୍ତ୍ରିକ ଅଧିକାରକୁ ବିଜେପି କ୍ଷୁର୍ଣ୍ଣ କରୁଛନ୍ତି । କୁନି କୁନି ପିଲାଙ୍କୁ ଶିକ୍ଷା ଭଳି ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି । ବିଜେପି ସରକାର ପିଲାଙ୍କ ଭବିଷ୍ୟତକୁ ଦଳି ଚକଟି ନଷ୍ଟ କରିବା ସହ ସାମ୍ୱିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି ।

ତ୍ରୁଟି ପୂର୍ଣ୍ଣ ପୁସ୍ତକ ପାଇଁ ଜାତୀୟ ସ୍ତରରେ ଓଡ଼ିଶା ଆଜି ନିନ୍ଦିତ ହୋଇଛି । ତ୍ରୁଟି ପୂର୍ଣ୍ଣ ପୁସ୍ତକ ପାଇଁ ବିଜେପି ଦଳ କିମ୍ୱା ସରକାରୀ କଳ ଦାୟୀ ବୋଲି କହିଛନ୍ତି । ଆନେ୍ଦାଳନ ପରେ ମଧ୍ୟ ପୁସ୍ତକ ପ୍ରତ୍ୟାହାର କରାଗଲା ନାହିଁ । ଯାହାକି ଅତି ନିନ୍ଦନୀୟ । ଭୁଲ ବହି ପଢ଼ି ପିଲା ପରୀକ୍ଷା ଦେଲେ ଉତ୍ତୀର୍ଣ୍ଣ କିପରି ହେବେ ବୋଲି ପ୍ରଶ୍ନ କରିଛନ୍ତି । ପିଲାଙ୍କ ଭବିଷ୍ୟତ ନେଇ ବିଜେପି ସରକାରଙ୍କ ଚକ୍ରାନ୍ତ ବିରୁଦ୍ଧରେ ବିଜେଡି ଲଢ଼େଇ ଜାରି ରଖିବ ବୋଲି କହିଛନ୍ତି । ଯେଉଁ ଓଡ଼ିଶା ୫-ଟି ଯୋଜନାରେ ସବୁଠି ବାଃ ବାଃ ସାଉଁଟିଥିଲା, ଆଜି ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ରାଜ୍ୟବ୍ୟାପୀ ଆନେ୍ଦାଳନ କରିବ ବୋଲି କହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଦେଶ ମାଟିରୁ ଜନ୍ମମାଟିକୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ

ବିଦେଶ ମାଟିରୁ ଜନ୍ମମାଟିକୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ

July 7, 2026
ତ୍ରୁଟିପୂର୍ଣ୍ଣ ବହିକୁ ନେଇ ବର୍ଷିଲା ବିଜେଡି

ତ୍ରୁଟିପୂର୍ଣ୍ଣ ବହିକୁ ନେଇ ବର୍ଷିଲା ବିଜେଡି

July 7, 2026
ଶ୍ରୀବନ୍ତଦେଇପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

ଶ୍ରୀବନ୍ତଦେଇପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

July 7, 2026
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କଳାପତାକା ପ୍ରଦର୍ଶନ କରି କଂଗ୍ରେସ ନେତା ଗିରଫ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କଳାପତାକା ପ୍ରଦର୍ଶନ କରି କଂଗ୍ରେସ ନେତା ଗିରଫ

July 6, 2026

Recent News

ବିଦେଶ ମାଟିରୁ ଜନ୍ମମାଟିକୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ

ବିଦେଶ ମାଟିରୁ ଜନ୍ମମାଟିକୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ

July 7, 2026
ତ୍ରୁଟିପୂର୍ଣ୍ଣ ବହିକୁ ନେଇ ବର୍ଷିଲା ବିଜେଡି

ତ୍ରୁଟିପୂର୍ଣ୍ଣ ବହିକୁ ନେଇ ବର୍ଷିଲା ବିଜେଡି

July 7, 2026
ଶ୍ରୀବନ୍ତଦେଇପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

ଶ୍ରୀବନ୍ତଦେଇପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

July 7, 2026
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କଳାପତାକା ପ୍ରଦର୍ଶନ କରି କଂଗ୍ରେସ ନେତା ଗିରଫ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କଳାପତାକା ପ୍ରଦର୍ଶନ କରି କଂଗ୍ରେସ ନେତା ଗିରଫ

July 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଦେଶ ମାଟିରୁ ଜନ୍ମମାଟିକୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ

ବିଦେଶ ମାଟିରୁ ଜନ୍ମମାଟିକୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ

July 7, 2026
ତ୍ରୁଟିପୂର୍ଣ୍ଣ ବହିକୁ ନେଇ ବର୍ଷିଲା ବିଜେଡି

ତ୍ରୁଟିପୂର୍ଣ୍ଣ ବହିକୁ ନେଇ ବର୍ଷିଲା ବିଜେଡି

July 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version