କନ୍ଧମାଳ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ତେନ୍ତୁଳିଗଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି I ଉକ୍ତ ଗ୍ରାମର ଗୋପବନ୍ଧୁ ନାୟକଙ୍କ ଘର ପୋଡ଼ି ହୋଇ ନଗଦ ଟଙ୍କା ସହ, ଧାନ, ଚାଉଳ, ଲୁଗାପଟା, ଆସବାବପାତ୍ର ଇତ୍ୟାଦି ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତି ନଷ୍ଟ ହୋଇଯାଇଛି I ସୂଚନାରୁ ଜଣାପଡିଛି ମଙ୍ଗଳବାର ସକାଳେ ନିଜ ଗୃହରେ କାଠ ଚୁଲାରେ ଖାଦ୍ୟ ପ୍ରସ୍ତୁତି କରିବା ସମୟରେ ହଠାତ ଘରର ଆସବାବ ଉପରେ ନିଆଁ ପଡି କିଛି କ୍ଷଣ ମଧ୍ୟରେ ଘରସାରା ମାଡି ଯାଇ ଘରର ଅଧିକାଂଶ ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଥିଲା I















