ବାଲିଗୁଡା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ସହ ଆୟବ୍ୟୟର ହିସାବ ଦେଉନଥିବା ପ୍ରତିବାଦ ରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଜଣ କଂଗ୍ରେସ କାଉନସିଲର ପୁଣି ସୋମବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗାନ୍ଧୀ ଫୋଟ ଚିତ୍ରରେ ପୁଲ ମାଳ ଦେଇ ଫ୍ଲାଗ କାର୍ଡ ଧରି ୫ ଟି ପ୍ରମୁଖ ଅଭିଯୋଗ ଓ ୪ ଦାବୀ ନେଇ ଶାନ୍ତି ପୂର୍ଣ୍ଣ ଭାବରେ ଗଣତାନ୍ତ୍ରିକ ଉପାୟରେ ୧ନଂ. ୱାର୍ଡ଼ ର ଅଜୟ କୁମାର ନାୟକ ଓ ୧୩ ନଂ ୱାର୍ଡ ର ଆଲୋକ କୁମାର ନାୟକ ଏହି ଦୁଇଜଣ କାଉନସିଲର ଧାରଣା ରେ ବସିଛନ୍ତି l















