No Result
View All Result
ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ପକ୍ଷରୁ ପିଡିତା ସରପଞ୍ଚ ତିଖିରୀ ପଞ୍ଚାୟତ ମହାକାଳପଡା ବ୍ଲକ କେନ୍ଦ୍ରାପଡା ଜିଲ୍ଲାର କୁମାରୀ ଚାମେଲି ଓଝାଙ୍କୁ ପୁରୀ ଠାରେ ସମିତି ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଛି । ଚାମେଲି ଓଝା ମହାରଣା ସମ୍ପ୍ରଦାୟର । ସମିତି ପକ୍ଷରୁ ରାଜ୍ୟ ସଭାପତି ସୂର୍ଯ୍ୟନାରାୟଣ ମହାରଣା ଓ ରାଜ୍ୟ ସମ୍ପାଦକ ମନୋରଞ୍ଜନ ମହାରଣା ପୁରୀ ଗୋଏଙ୍କା ଧର୍ମ ଶାଳା ଠାରେ ତାଙ୍କ ପ୍ରତି ହୋଇଥିବା ଅନ୍ଯାୟ ସମ୍ପର୍କରେ ପଚାରି ବୁଝିଥିଲେ ।

ଯଦି ତାଙ୍କୁ ନ୍ଯାୟ ନମିଳେ ତେବେ ସମିତି ତାଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ । ରାଜ୍ୟର ୨୦ ଲକ୍ଷରୁ ଉର୍ଦ୍ଧ୍ବ ବିଶ୍ବକର୍ମା ପରିବାର ସାମିଲ ହୋଇ ଆଗାମୀ ନିର୍ବାଚନରେ ତାର ଜବାବ ଦେବେ । ଏହି ଆଲୋଚନାରେ ସମିତିର ଗଞ୍ଜାମ ଜିଲ୍ଲା ସଭାପତି ଧିରେନ ମହାରଣା, କଟକ ଜିଲ୍ଲା ସଭାପତି ଯୁଧିଷ୍ଠିର ମ଼ହାରଣା,
ଢେଙ୍କାନାଳ ଜିଲ୍ଲା ସଭାପତି ଭୋଳେଶ୍ଵର ମହାରଣା, କଟକ ନଗର ସମ୍ପାଦକ ଶୁସାନ୍ତ ମହାରଣା, ପୁରୀ ନଗର ସଭାପତି ହୃଷିକେଷ ମହାରଣା ଓ ରମେଶ ମହାରଣା,ରାଜ୍ୟ ଯୁଗ୍ମ ସମ୍ପାଦକ ପ୍ରମୋଦ ମହାରଣା, କୋଷାଧକ୍ଷ ଗୁରୁ ସୁତାର, ସଂଗଠନ ସମ୍ପାଦକ ଗୋବର୍ଦ୍ଧନ ମହାରଣା, କାର୍ଯ୍ୟକାରିଣି ସଭ୍ୟ ବିଶ୍ଵନାଥ ମହାରଣା, ଗଙ୍ଗାଧର ମହାରଣା, ସୁଦର୍ଶନ ମହାରଣା ଓ ୩୦ରୁ ଅଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

No Result
View All Result