କନ୍ଧମାଳ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ “ମୋବାଇଲ ରିକଭରି ମେଳା” ଆୟୋଜିତ ହୋଇଥିଲା । ସମଗ୍ର ଜିଲ୍ଲା ର ବିଭିନ୍ନ ଥାନା ଅଞ୍ଚଳ ରେ ଚୋରୀ ହୋଇଥିବା ମୋବାଇଲ ଗୁଡିକୁ ପୋଲିସ ଉଦ୍ଧାର କରିଥିଲା l ଉଦ୍ଧାର ହୋଇଥିବା ୬୨ଟି ହଜିଯାଇଥିବା ଓ ଚୋରି ହୋଇଥିବା ମୋବାଇଲ ଫୋନ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଇଛି। ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଏସ୍ପି ରାମେନ୍ଦ୍ର ପ୍ରସାଦ, ଏଏସ୍ପି ବିଭୂତି ଭୂଷଣ ମହାପାତ୍ର, ଏସ୍ଡିପିଓ ଶୁଭ୍ରଜିତ ବିଶ୍ବାଳ ଏବଂ ସାଇବର କ୍ରାଇମ ଇନ୍ସପେକ୍ଟର ଗେଲି ସାହୁ ଉପସ୍ଥିତ ରହି ମୋବାଇଲ ଫୋନ ଗୁଡ଼ିକୁ ମାଲିକମାନଙ୍କ ହାତରେ ହସ୍ତାନ୍ତର କରିଥିଲେ।















