ବାଲିଗୁଡା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ତିନି ଦିନିଆ ରଜ ଉତ୍ସବ ଆନନ୍ଦ ଉଲ୍ଲାସ ର ସହ ପାଳିତ ହେଉଛି l ଏହି ଅବସରରେ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ଦୋଳି ଖେଳ, ରଜଗୀତ, ପୋଡ଼ପିଠା ଓ ବିଭିନ୍ନ ପାରମ୍ପରିକ ଖାଦ୍ୟର ଆସର ଜମିଛି। ଯୁବତୀ ମାନେ ନୂତନ ପୋଷାକ ପିନ୍ଧି ରଜ ପାଳନ କରୁଥିବା ବେଳେ ଶିଶୁ ଓ ଯୁବବର୍ଗ ମଧ୍ୟ ଏହି ପର୍ବରେ ସାମିଲ ହୋଇଛନ୍ତି ।















