No Result
View All Result
ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ପୁରୀଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ତଳଜଙ୍ଘ ଗ୍ରାମରେ କିଛି ଅସାମାଜିକ ବ୍ୟକ୍ତି ଗ୍ରାମରେ ଖଣ୍ଡାଧରି ବୁଲିବା ସହ ଗ୍ରାମବାସୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ସମ୍ପର୍କରେ ବୁଧବାର ପୂର୍ବାହ୍ନରେ ଗ୍ରାମବାସୀମାନେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟାଳୟରେ ଦାବୀପତ୍ର ପ୍ରଦାନ କରିଛନ୍ତି ।

ଅଭିଯୋଗରେ ଦର୍ଶାଇଛନ୍ତି ଗ୍ରାମର ଶିବ ଜେନାଙ୍କ କଥାରେ ପରିଚାଳିତ ହୋଇ ଅଭିନାଶ ସେନାପତି, ଆଶୁତୋଷ ସେନାପତି, ମାନସ ରଞ୍ଜନ ସେନାପତି,ସୁରେଶ ପରିଡା, ବିଶ୍ବଜିତ ନାୟକ, ସତ୍ଯବାନ ଜେନା, ସିପୁନ କୁମାର ପ୍ରଧାନ ମାରଣାସ୍ତ୍ର ଧରି ଗ୍ରାମବାସୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଛନ୍ତି ।

ଏହାସହ ଧମକଚମକ ଦେବା ଓ ଜୀବନରେ ମାରିଦେବା ଉଦ୍ଦେଶ୍ଯରେ ବାଡିଆପିଟା କରୁଛନ୍ତି । ଏ ସମ୍ପର୍କରେ ଚନ୍ଦନପୁର ଥାନା ଓ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣାଇଥିଲେ ମଧ୍ଯ କୌଣସି ସୁଫଳ ମିଳୁନାହିଁ । ଜୁନ ୩ ତାରିଖ ରାତି ୧ଟା ବେଳେ ଗ୍ରାମରେ ଥିବା ମା ଜାଗୁଳେଇ କ୍ଲବ ଘରେ ଟିଭିକୁ ଭାଙ୍ଗିଥିଲେ । ଗଦାଧର ଜେନାଙ୍କ ମଟରସାଇକେଲ ଓଆର ୧୩ ଜି ୭୦୫୭ କୁ ନିଆଁ ଲଗାଇ ପୋଡି ଦେଇଥିଲେ । ଏ ସମ୍ପର୍କିରେ ସତ୍ଯଜିତ ଜେନା ଚନ୍ଦନପୁର ଥାନାରେ ଅଭିଯୋଗ କରିଛନ୍ତି । ଚନ୍ଦନପୁର ଥାନା ଅଭିଯୁକ୍ତ ମାନଙ୍କୁ ଗିରଫ କରୁନାହାନ୍ତି ।

ଗ୍ରାମବାସୀ ଭୟଭିତ ଓ ବିପଦରେ ଅଛନ୍ତି । ସେମାନେ ମଧ୍ଯ ଫୋନ ଯୋଗେ ଧମକଚମକ ଦେଉଛନ୍ତି । ଏ ସମ୍ପର୍କରେ ଏସପି ସତ୍ଯାସତ୍ଯ ଅନୁଧ୍ୟାନ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି । ଦାବିପତ୍ର ଦେବା ସମୟରେ କାଳୁଚରଣ ପ୍ରଧାନ, ଦୀପକ ପ୍ରଧାନ, ଛବିଳ ଜେନା, ଛବି ପ୍ରଧାନ, ଡାକୁ ରାଉତ, ବାବୁଲି ପ୍ରଧାନ, ଦିବାକର ଜେନା ,ସୁରେନ୍ଦ୍ର କୁମାର ଜେନା, ସଞ୍ଜୟ କୁମାର ଜେନା,ହରିହର ପ୍ରଧାନ, ରାଜକିଶୋର ନାୟକଙ୍କ ସମେତ ସମେତ ଅନ୍ଯମାନେ ଉପସ୍ଥିତ ଥିଲେ ।

No Result
View All Result