ଚନ୍ଦନପୁର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଶ୍ରୀମା ଅରବିନ୍ଦ ଫାଉଣ୍ଡେସନ ଓ ପୁରୀ ଜିଲ୍ଲା ଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମିଳିତ ସହଯୋଗରେ “ସୁମନ” ଭଲ୍ୟୁଣ୍ଟରସ ମାନଙ୍କର ଏକ ତାଲିମ୍ କାର୍ଯ୍ୟକ୍ରମ” ଆମ ସ୍ବାସ୍ଥ୍ୟ ଆମ ହାତରେ” ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ୍ କାର୍ଯ୍ୟକ୍ରମରେ ସୁରକ୍ଷିତ ମାତୃତ୍ୱ ଓ ନବଯାତ ଶିଶୁ ଆସୋସନ ନିମନ୍ତେ ମାତୃତୋ ମା,ର ଓ ଶିଶୁର ସ୍ୱାସ୍ଥ୍ୟ କିପରି ସୁରକ୍ଷିତ ରହିବ ଏବଂ ଗର୍ଭ ଧାରଣ ଅବସ୍ଥାରେ ମା, ର ଯତ୍ନ ନିଆଗଲେ ସୁରକ୍ଷିତ ମାତୃତ୍ୱ କିପରି କମି ପାରିବ ,ଏଥି ନିମନ୍ତେ ସୁମନ ଅଧିନରେ ଥିବା ଏହି ଚନ୍ଦନପୁର ଗୋଷ୍ଠ ସ୍ବାସ୍ଥ୍ୟ କେନ୍ଦ୍ରର ୨୪ ଟି ଉପକେନ୍ଦ୍ରଗୁଡ଼ିକର କାର୍ଯ୍ୟରତ ” ସୁମନ ” ଭଲ୍ୟୁଣ୍ଟିୟରସ ମାନଙ୍କୁ “ଆମ ସ୍ବାସ୍ଥ୍ୟ ଆମ ହାତରେ” ବିଷୟକ ତାଲିମ୍ କାର୍ଯ୍ୟକ୍ରମ ସ୍ଵାସ୍ଥ୍ୟ କେନ୍ଦ୍ରର ସଭା ଗୃହ କକ୍ଷରେ ଅନୁଷ୍ଠିତ ହୋଇଯାଇଛି
।















