ଫୁଲବାଣୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ସରକାରୀ ଆଇଟିଆଇ ଫୁଲବାଣୀରେ ଆଜି ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ବିଭିନ୍ନ ବିଭାଗର ପ୍ରଶିକ୍ଷକ ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।୧୮ଟି ଦଳ ଦ୍ୱାରା ନବୀନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦକ୍ଷତା ଓ ନିୟୋଜନ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ମହାପାତ୍ର,

ଇଂଟରନାଲ ମେମ୍ବର କମିଟି ର ସଭାପତି ଶ୍ରୀ ନୀଳମାଧବ ମିଶ୍ର ଓ ଅନ୍ୟାନ୍ୟ IMC ସଦସ୍ୟମାନେ ଉପସ୍ଥିତ ରହି ପ୍ରଶିକ୍ଷୁମାନଙ୍କୁ ପ୍ରଶଂସା କରି ମୂଲ୍ୟବାନ ମତାମତ ଦେଇଥିଲେ।ଆଗକୁ କିପରି ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାର ପ୍ରକଳ୍ପ କରି ଦେଶ ବିଦେଶ ରେ କିପରି ରେ ସୁନାମ ଆଣିବେ ତାହା କନ୍ଧମାଳ ର ଗର୍ବ ଏବଂ ଗୌରବ ଅର୍ଜନ କରିବେ ଏହା ଉପରେ ବିସ୍ତୃତ ଆଲୋଚନା କରିଥିଲେ ।

ଏହି ଅବସରରେ ଶିଳ୍ପ ତାଲିମ ଅନୁଷ୍ଠାନ ର ଅଧକ୍ଷ ଇଂ ପ୍ରକାଶ ରଞ୍ଜନ ସୋରେନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ନିଜ ବକ୍ତବ୍ୟ ରେ କହିଲେ କନ୍ଧମାଳ ଛାତ୍ର ଛାତ୍ରୀ ମାନେ ଆଗକୁ କିପରି ଉନ୍ନତି କରିବେ ଅହରହ ଉଦ୍ୟମ ଜାରି ରହିଛି । ଏହି ଅବସରରେ ଇନଚାର୍ଜ ତାଲିମ ଅଧିକାରୀ ଶ୍ରୀ ନୃସିଂହା ନନ୍ଦ ମହାପାତ୍ର ଓ ତାଲିମ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜନ ବିଶ୍ୱାଳ ଏବଂ ଅନ୍ୟାନ୍ୟ ସହ ତାଲିମ ଅଧିକାରୀ ମାନେ ଉପସ୍ଥିତ ରହି ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥିଲେ ।

ଏବଂ ସର୍ବ ଶେଷରେଶ୍ରୀ ନୃସିଂହା ନନ୍ଦ ମହାପାତ୍ର ବେଦ ମନ୍ତ୍ର ଉଚ୍ଚାରଣ କରି ଏହି କାର୍ଯ୍ୟ କର୍ମ କୁ ଉଦ୍ଜାପନ୍ନ କରିଥିଲେ ଏବଂ ଏହି କାର୍ଯ୍ୟକର୍ମ ଟିକୁ ଟାଟା ଷ୍ଟ୍ରାଇଭ୍ ର କର୍ମଚାରୀ ଶ୍ରୀ ସ୍ମୃତି ରଞ୍ଜନ ଦାସ ଏବଂ ଶ୍ରୀମତୀ ଲକି ରାଣୀ ବେହୁରିଆ ପରିଚାଳନା କରିଥିଲେ ଏବଂ ସମସ୍ତ ସହ ତାଲିମ ପ୍ରାପ୍ତ ଅଧିକାରୀ ମାନେ ସହଯୋଗ କରିଥିଲେ ।















