ପୁରୀ ରେଳ ଷ୍ଟେସନ ଅଞ୍ଚଳରେ ବ୍ଲେସ୍ ଫାଉଣ୍ଡେସନ୍ ଲିଗାଲ୍ ଗ୍ରୁପ୍ ତରଫରୁ ପଶୁ ସେବା
ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ୩୫ ମିନିଟ୍ ସମୟରେ ବ୍ଲେସ୍ ଫାଉଣ୍ଡେସନ୍ ଲିଗାଲ୍ ଗ୍ରୁପ୍, ଇଣ୍ଡିଆ ତରଫରୁ ପୁରୀ ରେଳ ଷ୍ଟେସନ ଅଞ୍ଚଳରେ ବୁଲା କୁକୁରଙ୍କୁ ଖାଦ୍ୟ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସେବା କାର୍ଯ୍ୟରେ ସଂସ୍ଥାର ସେକ୍ରେଟାରୀ ତଥା କମ୍ୟୁନିକେସନ୍ ଡାଇରେକ୍ଟର ଡଃ ଲାଲା ଅନନ୍ତ କୁମାର ସିଂହ ଏବଂ ଉପଦେଷ୍ଠା ଶ୍ରୀ ନାରାୟଣ ଚନ୍ଦ୍ର ସିହ୍ନା ପ୍ରମୁଖ ଉପସ୍ଥିତ ରହି ନିଜେ ସେବା କାର୍ଯ୍ୟରେ ସାମିଲ ହୋଇଥିଲେ ।

ଅଫିସ୍ ଡକୁମେଣ୍ଟେସନ୍ ପାଇଁ କାର୍ଯ୍ୟକ୍ରମର ଫଟୋଚିତ୍ର ଉତ୍ତୋଳନ କରାଯାଇଥିଲା। ବ୍ଲେସ୍ ଫାଉଣ୍ଡେସନ୍ ଲିଗାଲ୍ ଗ୍ରୁପ୍ ଆଇନ ସେବା ସହିତ ପଶୁ କଲ୍ୟାଣ ଓ ସମାଜସେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରିଆସୁଛି ।














