• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ତାଳବଣିଆ ଥାନା ର ନୂତନଗୃହ ଓ ପୋଲିସ ଲାଇନ କ୍ଵାଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Proprietor Abhimanyu Maharana by Proprietor Abhimanyu Maharana
June 5, 2026
in ଓଡ଼ିଶା, ପୁରୀ, ହୋମ୍
0
ତାଳବଣିଆ ଥାନା ର ନୂତନଗୃହ ଓ ପୋଲିସ ଲାଇନ କ୍ଵାଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Share on FacebookShare on TwitterWhatsapp

ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ମାନ୍ୟବର ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଅପରାହ୍ନ ରେ ତାଳବଣିଆ ଥାନାର ନବନିର୍ମିତ ପୋଲିସ ଷ୍ଟେସନ୍ ଭବନକୁ ଉଦଘାଟନ କରିଛନ୍ତି |ଏଥିସହ ପୋଲିସ ଲାଇନର ଏକ କ୍ୱାଟର ଯାହା ୨୦ ଗୃହ ବିଶିଷ୍ଟ ତାକୁ ମଧ୍ୟ ଉଦଘାଟନ କରିଛନ୍ତି। ଏହି ନୂତନ ଭବନ ପୋଲିସ ସେବାକୁ ଅଧିକ ଦକ୍ଷ, ଆଧୁନିକ ଏବଂ ଜନବନ୍ଧବ କରିବା ସହିତ ସାଧାରଣ ଲୋକଙ୍କୁ ଉତ୍ତମ ସେବା ପ୍ରଦାନ କରିବାରେ ସହାୟକ ହେବ। ଏହି ଅବସରରେ ପୁରୀ ସାଂସଦ ସମ୍ବିତ ପାତ୍ର,ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି,

ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ଆରକ୍ଷୀ ମହାନିର୍ଦ୍ଦେଶକ, ଓଡ଼ିଶା ଯୋଗେଶ ବାହାଦୁର ଖୁରାନିଆ, ଅଧ୍ଯକ୍ଷ ତଥା ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଲିଂ. ଭୁବନେଶ୍ୱର. ସୌମେନ୍ଦ୍ର ପ୍ରିୟଦର୍ଶୀ, ଆରକ୍ଷୀ ମହାନିରୀକ୍ଷକ କେନ୍ଦ୍ରାଞ୍ଚଳ ଡଃ. ସତ୍ୟଜିତ ନାୟକ, ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସମେତ ବହୁ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ମୋଟ ୪ କୋଟି ୬୫ ଲକ୍ଷ ୮୯ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଥାନା ଭବନରେ ଜନସାଧାରଣଙ୍କ ସୁବିଧା ଓ ପୋଲିସ କାର୍ଯ୍ୟକୁ ଅଧିକ ଫଳପ୍ରଦ କରିବା ନିମନ୍ତେ ବିଭିନ୍ନ ଆଧୁନିକ ବ୍ୟବସ୍ଥା ରହିଛି।

ଭୂତଳରେ ମୋଟ ୮ଟି କକ୍ଷ ରହିଥିବା ବେଳେ ଏଥିରେ ରିସେପ୍ସନ ଏରିଆ, ମହିଳା ଓ ଶିଶୁ ଡେସ୍କ, କାଉନ୍ସେଲିଂ ରୁମ୍, କ୍ରେଚ୍, ବିଦ୍ୟୁତ କକ୍ଷ, ଦିବ୍ୟାଙ୍ଗଙ୍କ ପାଇଁ ଶୌଚାଳୟ, ପୁରୁଷ ଓ ମହିଳା ଶୌଚାଳୟ ଆଦି ବ୍ୟବସ୍ଥା କରାଯାଇଛି । ପ୍ରଥମ ମହଲାରେ ମୋଟ ୧୩ଟି କକ୍ଷ ରହିଛି। ଏଥିରେ ପୁରୁଷ ଓ ମହିଳା ହାଜତ, ଡି.ସି.ଓ. କକ୍ଷ, ମହିଳା ବିଶ୍ରାମ କକ୍ଷ, ମହିଳା ପୋଷାକ ପରିବର୍ତ୍ତନ କକ୍ଷ, ଅପେକ୍ଷା କକ୍ଷ, ଭି.ଏଚ୍.ଏଫ୍. ରୁମ୍, ସି.ସି.ଟି.ଏନ୍.ଏସ୍. କକ୍ଷ, ଥାନା ଅଧିକାରୀଙ୍କ କାର୍ଯ୍ୟାଳୟ, ରିଡର ରୁମ୍ ଏବଂ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଉପଲବ୍ଧ ରହିଛି । ଦ୍ୱିତୀୟ ମହଲାରେ ୯ଟି କକ୍ଷ ରହିଛି। ଏଥିରେ ସମ୍ମିଳନୀ କକ୍ଷ, ଅତିରିକ୍ତ ଥାନା ଅଧିକାରୀଙ୍କ କାର୍ଯ୍ୟାଳୟ,

ପଚରାଉଚରା କକ୍ଷ, ଅସ୍ତ୍ରାଗାର, ମାଲଖାନା, ରେକର୍ଡ ରୁମ୍, କାର୍ଯ୍ୟାଳୟ କକ୍ଷ ଓ ବିଶ୍ରାମ କକ୍ଷ ରହିଛି। ତୃତୀୟ ମହଲାରେ ପୋଲିସ କର୍ମଚାରୀଙ୍କ ପାଇଁ ବାରାକ୍, ରୋଷେଇ ଘର, ବିଶ୍ରାମ କକ୍ଷ ଏବଂ ସ୍ନାନାଗାର ଓ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ଏହି ନୂତନ ଭବନ ମାଧ୍ୟମରେ ତାଳବଣିଆ ଥାନାରେ କାର୍ଯ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଅଧିକ ସୁବିଧାଜନକ ପରିବେଶରେ କାର୍ଯ୍ୟ କରିପାରିବେ। ସେହିପରି ସାଧାରଣ ଜନତାଙ୍କୁ ଦ୍ରୁତ, ସ୍ୱଚ୍ଛ ଓ ଗୁଣାତ୍ମକ ପୋଲିସ ସେବା ପ୍ରଦାନ କରିବାରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ପୁରୀ ପୋଲିସ ଜନସାଧାରଣଙ୍କ ସୁରକ୍ଷା, ସେବା ଓ ବିଶ୍ୱାସକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛି। ତାଳବଣିଆ ଥାନାର ଏହି ନବନିର୍ମିତ ଭବନ ସେହି ଲକ୍ଷ୍ୟ ପୂରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଫୁଲବାଣୀ ରେ ବିଶ୍ୱ ପରିବେଶ ଦିବସରେ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଫୁଲବାଣୀ ରେ ବିଶ୍ୱ ପରିବେଶ ଦିବସରେ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ

June 6, 2026
ରକ୍ତାକ୍ତ ହେଲା ବରଗଡ଼ ଏକାମ୍ର ଛକ : ଦୁଇ ଖଣ୍ଡ ହେଲା ବାଇକ୍, ଜୀବନ ବଞ୍ଚାଇବାକୁ ସଂକଳ୍ପ ପରିବାରର ଆପ୍ରାଣ ଚେଷ୍ଟା 

ରକ୍ତାକ୍ତ ହେଲା ବରଗଡ଼ ଏକାମ୍ର ଛକ : ଦୁଇ ଖଣ୍ଡ ହେଲା ବାଇକ୍, ଜୀବନ ବଞ୍ଚାଇବାକୁ ସଂକଳ୍ପ ପରିବାରର ଆପ୍ରାଣ ଚେଷ୍ଟା 

June 6, 2026
କଙ୍ଗନା ରାନାୱତ ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଅନୁଷ୍ଠିତ ‘ଭାରତ ଭାଗ୍ୟ ବିଧାତା’ ସ୍କ୍ରିନିଂରେ ସ୍ୱାସ୍ଥ୍ୟସେବା କ୍ଷେତ୍ରର ପ୍ରକୃତ ହିରୋମାନଙ୍କୁ ସମ୍ମାନିତ କଲେ

କଙ୍ଗନା ରାନାୱତ ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଅନୁଷ୍ଠିତ ‘ଭାରତ ଭାଗ୍ୟ ବିଧାତା’ ସ୍କ୍ରିନିଂରେ ସ୍ୱାସ୍ଥ୍ୟସେବା କ୍ଷେତ୍ରର ପ୍ରକୃତ ହିରୋମାନଙ୍କୁ ସମ୍ମାନିତ କଲେ

June 6, 2026
ପୁରୀ ରେଳ ଷ୍ଟେସନ ଅଞ୍ଚଳରେ ବୁଲା କୁକୁରଙ୍କୁ ଖାଦ୍ୟ ଦେଉଛନ୍ତି ଡଃ ଲାଲା ଅନନ୍ତ କୁମାର ସିଂହ

ପୁରୀ ରେଳ ଷ୍ଟେସନ ଅଞ୍ଚଳରେ ବୁଲା କୁକୁରଙ୍କୁ ଖାଦ୍ୟ ଦେଉଛନ୍ତି ଡଃ ଲାଲା ଅନନ୍ତ କୁମାର ସିଂହ

June 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଫୁଲବାଣୀ ରେ ବିଶ୍ୱ ପରିବେଶ ଦିବସରେ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଫୁଲବାଣୀ ରେ ବିଶ୍ୱ ପରିବେଶ ଦିବସରେ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ

June 6, 2026
ରକ୍ତାକ୍ତ ହେଲା ବରଗଡ଼ ଏକାମ୍ର ଛକ : ଦୁଇ ଖଣ୍ଡ ହେଲା ବାଇକ୍, ଜୀବନ ବଞ୍ଚାଇବାକୁ ସଂକଳ୍ପ ପରିବାରର ଆପ୍ରାଣ ଚେଷ୍ଟା 

ରକ୍ତାକ୍ତ ହେଲା ବରଗଡ଼ ଏକାମ୍ର ଛକ : ଦୁଇ ଖଣ୍ଡ ହେଲା ବାଇକ୍, ଜୀବନ ବଞ୍ଚାଇବାକୁ ସଂକଳ୍ପ ପରିବାରର ଆପ୍ରାଣ ଚେଷ୍ଟା 

June 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version