ବାଲିଗୁଡା (ଓଡିଶା ତାଜା ନ୍ୟୁଜ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଏସ ଆର ଆର-୨୦୨୬ (Special Intensive Revision) ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ରୋମାଞ୍ଚକର ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍ ‘ପ୍ରଶାସନ ଏକାଦଶ’ ଏବଂ ‘ଉପଖଣ୍ଡ କ୍ରୀଡ଼ା ସଂଘ ଏକାଦଶ ‘ ମଧ୍ୟରେ ଖେଳା ଯାଇଥିଲା। ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ ଏହି ମ୍ୟାଚରେ ଉପଖଣ୍ଡ କ୍ରୀଡ଼ା ସଂଘ ଏକାଦଶ ଦଳ ୪-୨ ଗୋଲରେ ପ୍ରଶାସନ ଏକାଦଶ ଦଳକୁ ପରାସ୍ତ କରି ବିଜୟୀ ହୋଇଛି।















