ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆଜି ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୋଟ ୧୧୨ ଗୋଟି ଅଭିଯୋଗ ପତ୍ର ମିଳିଥିଲା।ସେଥିରୁ ୯୭ ଗୋଟି ବ୍ୟକ୍ତିଗତ,୧୫ ଗୋଟି ଗ୍ରାମ ସମସ୍ୟା ସମ୍ପର୍କରେ ରହିଥିଲା । ତତକ୍ଷଣାତ ୫ ଗୋଟି ଅଭିଯୋଗ ର ସମାଧାନ କରାଯାଇଥିଲା ।















