ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ସୁଖଲତା ସ୍କୃତି ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ପିଲାଙ୍କ ଖବର କାଗଜ ଶିଶୁ ସମାଚାରର ଉନବିଂଶ ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ ବିଦ୍ୟାଳୟ ସ୍ତରୀୟ ଚେସ୍ ଖେଳ ପ୍ରତିଯୋଗିତା ଚେସ୍ ପ୍ରଶିକ୍ଷକ ଶ୍ୟାମଲ କୁଣ୍ଡୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଆୟୋଯିତ ଉତ୍ସବରେ କୁନି ଚେସ୍ ଖେଳାଳି ପ୍ରତ୍ଭିକ୍ ସିଂ ଏବଂ ଶିଶୁ ସମାଚାର ପରିବାରର ସଦସ୍ୟ ମନୋଜ କୁମାର ରଥ,

ବିଜୟ କୁମାର ବ୍ରହ୍ମା ଓ ଅନାମ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରି ଶିଶୁମାନଙ୍କ ଭିତରେ ଥିବା ଚେସ୍ ଖେଳର ମାନସିକତାକୁ ଶକ୍ତ କରିବା ସହ ଆଗକୁ ବଢିବାରେ ଶିଶୁ ସମାଚାରର ପ୍ରୟାସ ବେଶ୍ ତାତ୍ପର୍ଯ୍ୟ ପୂର୍ଣ୍ଣ ବୋଲି କହିଥିଲେ । ଏହି ପ୍ରତିଯୋଗିତାକୁ ସର୍ବଶ୍ରୀ ଶ୍ରବଣ କୁମାର ପ୍ରଧାନ, ଅଶୋକ ନାୟକ, ସ୍ୱରାଜ ମହାନ୍ତି ଓ ଓମ୍ ପ୍ରକାଶ ତ୍ରିପାଠୀ ପରିଚାଳନାରେ ସହଯୋଗ କରିଥିଲେ ।















