ବାଲିପାଟଣା (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଯେଉଁଠି କଳା ସଂସ୍କୃତି , ପରମ୍ପରା , ବୁଡିବୁଡି ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ଅନ୍ତର୍ଗତ ଦେଉଳିଧଳପୁର ଗ୍ରାମର ଗ୍ରାମବାସି ଓ ଯୁବପିଢ଼ିମାନେ ପାଲା ଭଳି ପୁରୁଣା କଳା ସଂକୃତିକୁ ଗ୍ରାମରେ ବଜାୟ ରଖିଛନ୍ତି । ଏହି ଦେଉଳିଧଳପୁର ଗ୍ରାମରେ କାହିଁ କେଉଁ ଆବାହନ କାଳ ୨ ଶହ ବର୍ଷରୁ ଉର୍ଦ୍ଧ୍ବ ଧରି ବାଦୀପାଲା ପରିବେଷଣ କରାଯାଇଆସୁଥିବାର ପରମ୍ପରାର ଐତିହ୍ୟ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି । ଏହି ଗ୍ରାମକୁ ବହୁ ବିଶିଷ୍ଟ ପାଲା ଗାୟକମାନେ ଆସି ଏହି ମଞ୍ଚରେ ପାଲା ପରିବେଷଣ କରିଆସୁଛନ୍ତି ।















