କଟକ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ବିଶ୍ୱ ସତ୍ୟ-ସନାତନ-ଧର୍ମ ପ୍ରଚାରିଣୀ ମହାସଙ୍ଘ କଳକୀ ସେନା ପକ୍ଷରୁ ସର୍ବଶକ୍ତିମାନ ଈଶ୍ବର ମହାବିଷ୍ଣୁଙ୍କ ଚତୃର୍ଥ ଅବତାର ନୃସିଂହ ଭଗବାନଙ୍କ ଆବିର୍ଭାବ ଦିବସ ପାଳିତ ହୋଇଯାଇଛି l ସେକ୍ଟର-6ସ୍ଥିତ ସିଦ୍ଧ ମହାବୀର ମନ୍ଦିର ପରିସର (କଳକୀ କ୍ଷେତ୍ର)ରେ ଆୟୋଜିତ ଆଧ୍ୟାତ୍ମିକ ସତସଙ୍ଗ କଳକୀରତ୍ନ ଲକ୍ଷ୍ମୀଧର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ପ୍ରାରମ୍ଭରେ ଜଗନ୍ନାଥାଷ୍ଟକ ଓ କଳକୀ ଭଜନ ଗାନ କରାଯାଇଥିଲା l ମୁଖ୍ୟପ୍ରବକ୍ତା ଭାବେ ମନ୍ଦିରର ମୁଖ୍ୟପୂଜକ ପଣ୍ଡିତ ନନ୍ଦକିଶୋର ନନ୍ଦ ଅବତାର ଲୀଳା ସମ୍ପର୍କରେ ଆଲୋଚନା କରି ଭଗବାନ ନୃସିଂହଙ୍କ ଆବିର୍ଭାବ ସମ୍ପର୍କରେ ଦିବ୍ୟବାଣୀ ପ୍ରଦାନ କରିଥିଲେ l















