• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା : ରେଳରୋକ ଉଦ୍ୟମ ପଣ୍ଡ

Proprietor Abhimanyu Maharana by Proprietor Abhimanyu Maharana
May 24, 2026
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା : ରେଳରୋକ ଉଦ୍ୟମ ପଣ୍ଡ
Share on FacebookShare on TwitterWhatsapp

​କମ ବଗି ଯୋଗୁଁ ନିୟମିତ ଯାତ୍ରୀ ହନ୍ତସନ୍ତ; କଟକ ପର୍ଯ୍ୟନ୍ତ ‘ସେବା ଏକ୍ସପ୍ରେସ’ର ସମ୍ପ୍ରସାରଣ ଦାବି

​ନୟାଗଡ଼ (ଓଡିଶା ତାଜା ନ୍ୟୁଜ) ନି. ପ୍ର :-  ନୟାଗଡ଼ ଜିଲ୍ଲାକୁ ୨୦୧୭ ମସିହାରୁ ରେଳ ସେବା ଆରମ୍ଭ ହୋଇଥିଲେ ହେଁ ଯାତ୍ରୀମାନଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇବାରେ ପୂର୍ବତଟ ରେଳବାଇ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଫଳରେ ଦିନକୁ ଦିନ ରେଳ ଯାତ୍ରୀଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଦଶପଲ୍ଲା, ନୂଆଗାଁ ଓ ନୟାଗଡ଼ ଅଞ୍ଚଳରୁ ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକ ଆଦି ସ୍ଥାନକୁ ପ୍ରତିଦିନ ଯା’ଆସ କରୁଥିବା ମାସିକିଆ ଟିକେଟଧାରୀ ଚାକିରିଆ ଓ ନିୟମିତ ଯାତ୍ରୀମାନେ ଚରମ ହଇରାଣ ହେଉଛନ୍ତି ।

​ଦଶପଲ୍ଲାରୁ ଭୁବନେଶ୍ୱର ଚଳାଚଳ କରୁଥିବା ‘ସେବା ଏକ୍ସପ୍ରେସ’ ରେ ଯାତ୍ରୀ ସଂଖ୍ୟା ତୁଳନାରେ ବଗି ସଂଖ୍ୟା ଅତ୍ୟନ୍ତ କମ୍ ରହୁଥିବାରୁ ପ୍ରବଳ ଭିଡ଼ ଯୋଗୁଁ ଯାତ୍ରୀଙ୍କୁ ବସିବା ପାଇଁ ଖଣ୍ଡେ ସିଟ୍ ମଧ୍ୟ ମିଳୁନାହିଁ। ଅନ୍ୟପକ୍ଷରେ, ଟ୍ରେନରେ ନିୟମିତ ଟିକେଟ୍ ଯାଞ୍ଚ ହେଉ ନଥିବାରୁ ବିନା ଟିକେଟଧାରୀଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ଏହି ଅଣ-ଟିକେଟଧାରୀ ଯାତ୍ରୀମାନେ ଜବରଦସ୍ତ ସିଟ୍ ଅକ୍ତିଆର କରି ବସୁଥିବାରୁ ବୈଧ ଟିକେଟ୍ ଧରି ଯାତ୍ରା କରୁଥିବା ନିୟମିତ ଯାତ୍ରୀମାନେ ଠିଆ ଠିଆ ଯିବାକୁ ବାଧ୍ୟ ହେଉଛନ୍ତି।

ଜିଲ୍ଲାରୁ ପ୍ରତିଦିନ ଶତାଧିକ ରୋଗୀ, ଆଇନଜୀବୀ ଓ ବ୍ୟବସାୟୀ କଟକ ବଡ଼ ମେଡିକାଲ କଲେଜ, ଉଚ୍ଚ ନ୍ୟାୟାଳୟ ଏବଂ ବାଣିଜ୍ୟିକ କାରବାର ପାଇଁ କଟକ ଯାଇଥାନ୍ତି। ତେଣୁ ସେବା ଏକ୍ସପ୍ରେସକୁ ଭୁବନେଶ୍ୱର ପରିବର୍ତ୍ତେ ରାଜ୍ୟର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର କଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଦୀର୍ଘ ଦିନରୁ ଦାବି ହୋଇଆସୁଛି। ଏସବୁ ସମସ୍ୟା ନେଇ ‘ନୟାଗଡ଼ ନାଗରିକ ମଞ୍ଚ’ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ରେଳ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜି ଚୁପ୍ ବସିଛନ୍ତି। ରେଳ କର୍ତ୍ତୃପକ୍ଷଙ୍କ ଏଭଳି ଉଦାସୀନତା ପ୍ରତିବାଦରେ ନିୟମିତ ଯାତ୍ରୀ ଓ ସ୍ଥାନୀୟ ଜନସାଧାରଣ ପୂର୍ବ ସୂଚନା ମୁତାବକ ଆଜି ନୟାଗଡ଼ ଟାଉନ ରେଳ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ ସହ ରେଳରୋକ କରିବାକୁ ସ୍ଥିର କରିଥିଲେ।

ଏହାକୁ ଦୃଷ୍ଟିରେ ରଖି ଷ୍ଟେସନ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଆନ୍ଦୋଳନକାରୀମାନେ ଷ୍ଟେସନ ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ ବାହାରେ ଅଟକାଇ ଦେଇଥିଲା। ​ଏହାକୁ କେନ୍ଦ୍ର କରି ପୋଲିସ ଓ ଉତ୍ତ୍ୟକ୍ତ ଯାତ୍ରୀଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି ଧସ୍ତାଧସ୍ତି ଓ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସର କଡ଼ା ପ୍ରତିରୋଧ ଯୋଗୁଁ ଆଜିର ରେଳରୋକ ଉଦ୍ୟମ ପଣ୍ଡ ହୋଇଥିବା ବେଳେ ଆନ୍ଦୋଳନକାରୀମାନେ ସେଠାରୁ ଫେରିଯାଇଛନ୍ତି। ମାତ୍ର ଆଗାମୀ ଦିନରେ ଅଧିକ ପ୍ରସ୍ତୁତି ସହ ଜିଲ୍ଲାବ୍ୟାପୀ ବଡ଼ଧରଣର ଜୋରଦାର ଆନ୍ଦୋଳନ କରାଯିବ ବୋଲି ନୟାଗଡ଼ ନାଗରିକ ମଞ୍ଚ ଓ ନିୟମିତ ଯାତ୍ରୀ ସଂଘ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରମିକ କଂଗ୍ରେସର ତିନି ନେତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଶ୍ରମିକ କଂଗ୍ରେସର ତିନି ନେତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

June 8, 2026
ଖୋର୍ଦ୍ଧାରୋଡ଼ ମଣ୍ଡଳରେ ବିଶ୍ୱ ପରିବେଶ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳରେ ବିଶ୍ୱ ପରିବେଶ ଦିବସ ପାଳିତ

June 8, 2026
ନୂତନ ଉତ୍କଳ ୟୁଥ ଚାରିଟେବୁଲ ଟ୍ରଷ୍ଟ ଶୁଭ ଉଦଘାଟନ

ନୂତନ ଉତ୍କଳ ୟୁଥ ଚାରିଟେବୁଲ ଟ୍ରଷ୍ଟ ଶୁଭ ଉଦଘାଟନ

June 8, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର ମନୋଜ ତ୍ରିପାଠୀ

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର ମନୋଜ ତ୍ରିପାଠୀ

June 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରମିକ କଂଗ୍ରେସର ତିନି ନେତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଶ୍ରମିକ କଂଗ୍ରେସର ତିନି ନେତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

June 8, 2026
ଖୋର୍ଦ୍ଧାରୋଡ଼ ମଣ୍ଡଳରେ ବିଶ୍ୱ ପରିବେଶ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳରେ ବିଶ୍ୱ ପରିବେଶ ଦିବସ ପାଳିତ

June 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version