ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- କାଠପୋଲ ଠାରୁ ସମଙ୍ଗ ସିରେଇ କଣା ଦେଇ ମଧୁର ଜଳଭଣ୍ଡାର ପର୍ଯ୍ୟନ୍ତ ଧାଉଡିଆ ନଦୀର ଉଭୟ ପାର୍ଶ୍ବରେ ନଦୀବନ୍ଧ ନଥିବାରୁ ଚାଷଜମି ଜଳମଗ୍ନ ହେବା ସହ ବନ୍ଯାଜଳ ଗ୍ରାମରେ ପଶୁଛି । ନଦୀବନ୍ଧ ନିର୍ମାଣ କରିବା ପାଇଁ ଉତରକଣା ଗ୍ରାମବାସୀ ମାନେ ଶୁକ୍ରବାର ପୂର୍ବାହ୍ନରେ ପୁରୀ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଗ୍ରାମବାସୀ ମାନେ ଜଳଭଣ୍ଡାର ନିକଟରେ ମାଟି ଖୋଳୁଥିବା ବେଳେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।















