ବାଲିଗୁଡା (ଓଡିଶା ତାଜା ନ୍ୟୁଜ) ନି. ପ୍ର :-  ନିଜ ଗାଁ ର ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ପାଇଁ ନିଜେ ଅଣ୍ଟା ଭିଡ଼ିଛନ୍ତି ଜଣେ ଦିନ ମଜୁରିଆ l ଏଥିପାଇଁ ସେ ବିନା ପାରିଶ୍ରମିକ ରେ ନିସ୍ଵାର୍ଥପର ଭାବେ ଏବେ ଟ୍ରାଫିକ ସେବା ଯୋଗାଇ ସମସ୍ତ ଙ୍କ ପାଇଁ ପ୍ରଂଶସା ର ପ୍ରିୟପାତ୍ର ହୋଇଛନ୍ତି l କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ପାବୁରିଆ ଗାଁ ରୁ ସାମ୍ନା କୁ ଆସିଛି ଟ୍ରାଫିକ ସମସ୍ୟା ସମାଧାନ ଦିଗରେ ଏପରି ଏକ ସଚେତନତା ର ବାସ୍ତବ ଚିତ୍ର l ଟିକାବାଲି ବ୍ଲକ ପାବୁରିଆ ଗାଁ ର ଦିନ ମଜୁରିଆ ବସନ୍ତ କୁମାର ବୁର୍ଗୀ l ପାବୁରିଆ ଗାଁ ରେ ଟ୍ରାଫିକ ସମସ୍ୟା ଉପୁଜୁଥିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଥିଲା l

ଟ୍ରାଫିକ ସମସ୍ୟା ସହ ଗାଁ ରେ ଦୁର୍ଘଟଣା ରୁ ଜନସାଧାରଣ ଙ୍କୁ ରକ୍ଷା କରିବା ନିମନ୍ତେ ଶେଷରେ ଆଗକୁ ଆସିଛନ୍ତି ବସନ୍ତ କୁମାର ବୁର୍ଗୀ l ଦୀର୍ଘ ପନ୍ଦର ଦିନ ରୁ ଉର୍ଦ୍ଧ ସମୟ ଧରି ଜନଗହଳି ପୂର୍ଣ୍ଣ ପାବୁରିଆ ଚାରି ଛକ ରେ ସେ ନିଜ କୁ ନିୟୋଜିତ କରିଛନ୍ତି l ତେବେ ପେଶା ରେ ବସନ୍ତ ଜଣେ ଦିନ ମଜୁରିଆ ହୋଇଥିବା ସତ୍ୱେ ସେ ନିଜ ରୋଜଗାର ଛାଡି ଏବେ ଜନସାଧାରଣ ଙ୍କ ପାଇଁ ନିସ୍ଵାର୍ଥପର ଭାବେ ବିନା ପାରିଶ୍ରମିକ ରେ ଟ୍ରାଫିକ ସେବା ଯୋଗାଇ ଆସୁଛନ୍ତି l ଏଥିପାଇଁ ସକାଳ ଠାରୁ ରାତ୍ରି ପର୍ଯ୍ୟନ୍ତ ହୁଇସିଲ ଖଣ୍ଡେ ଧରି ପାବୁରିଆ ଚାରି ଛକ ରେ ଟ୍ରାଫିକ ସେବା ଦେଇ ଚାଲିଛନ୍ତି l

ଅତୀତ ରେ ବସନ୍ତ ଙ୍କ ପରିବାର ର ସଦସ୍ୟ ଦୁର୍ଘଟଣା ରେ ଆହତ ହୋଇଥିବା ନେଇ ସେ ଏପରି ପଦକ୍ଷେପ ନେଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି l ଅନ୍ୟ କେହି ଯେପରି ଦୁର୍ଘଟଣା ର ଶୀକାର ନ ହୁଅନ୍ତୁ ଓ ଟ୍ରାଫିକ ସମସ୍ୟା ଯେପରି ନ ଉପୁଜେ ସେଥିପାଇଁ ଦିନ ମଜୁରିଆ ହୋଇ ବି ଏପରି ପନ୍ଥା ଆଦରି ନେଇଛନ୍ତି ବସନ୍ତ l ତେବେ ବସନ୍ତ ଙ୍କ ଏପରି ନିସ୍ଵାର୍ଥପର ସେବା ପାଇଁ ସ୍ଥାନୀୟ ସରପଞ୍ଚ ସଞ୍ଜୟ କୁମାର ନାୟକ, ବୁଦ୍ଧିଜୀବୀ ଚିତ୍ତ ରଞ୍ଜନ ବେହେରା, ଗୋପାଳ କୃଷ୍ଣ ନାୟକ ଙ୍କ ସମେତ ଅଂଚଳବାସୀ ଖୁସିବ୍ୟକ୍ତ କରିଥିବା ସହ ଏପରି କାର୍ଯ୍ୟ ପାଇଁ ପ୍ରଶଂସା ମଧ୍ୟ କରିଛନ୍ତି l