ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଉତ୍ତର ପ୍ରଦେଶ ହାପୁର ଜିଲ୍ଲାର ଭଗବାନ ଶ୍ରୀଜଗନ୍ନାଥ ରଥଯାତ୍ରା ସେବା ସମିତି ପକ୍ଷରୁ ତା୧୩.୬.୨୦୨୬ ରିଖରେ ନେତ୍ରୋତ୍ସବ ଓ ତା୧୪.୬.୨୦୨୬ରିଖ ରେ ରଥଯାତ୍ରା ପାଳନ କରାଯାଉଥିବା ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାର ଦୃଢ଼ ପ୍ରତିବାଦ କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ପ୍ରଶାସକ ଶ୍ରୀଜଗନ୍ନାଥ ମନ୍ଦିର,ପୁରୀ ଭାପୁର ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ ଙ୍କୁ ତାଙ୍କର ତା୧୮.୫.୨୦୨୬ରିଖ, ପତ୍ରରେ ସଂପୃକ୍ତ ରଥଯାତ୍ରା ସେବା ସମିତିଙ୍କୁ ପାରମ୍ପରିକ ତିଥି ବ୍ୟତିରେକ ଅ – ତିଥିରେ ଏହି ଉତ୍ସବ ପାଳନରୁ ନିବୃତ ରହିବାକୁ ଉଚିତ ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।















