ଫୁଲବାଣୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଫୁଲବାଣୀ ମା ଠାକୁରାଣୀ ଯାତ୍ରା ରେ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି | ମେ 20 ରେ ଶେଷ ହେବାକୁ ଥିବା ଏହି ଓଡ଼ିଶା ପ୍ରସିଦ୍ଧ ଯାତ୍ରା କେବଳ ଫୁଲବାଣୀ ରେ ନୁହେଁ ଦକ୍ଷିଣ ଓଡ଼ିଶାର ଏକ ଲୋକପର୍ବ | ପଞ୍ଚଦେବୀ ପ୍ରତ୍ୟେହ ନଗର ଭ୍ରମଣ କରିବା ସହ ସହର ସାରା ତୋରଣ ଓ ଆଲୋକମାଳା ରେ ସଜ୍ଜିତ ହୋଇଛି |

ବିଭିନ୍ନ ମାର୍କେଟ କମିଟି ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ କରୁଥିଲା ବେଳେ ଯାତ୍ରା ପରିଚାଳନା ତରଫରୁ ଆୟୋଜିତ ମେଗା ମେଲୋଡି ପ୍ରୋଗ୍ରାମ ସାଙ୍ଗକୁ ଵି ଟିମ ପଢିଆରେ ମିନା ବଜାର ରେ ଲକ୍ଷ ଲକ୍ଷ ଲୋକ ଉପସ୍ଥିତ ରହି ମଜା ନେଉଛନ୍ତି |

ଏହି ମିନା ବଜାରରେ କନ୍ଧମାଳର ଏକମାତ୍ର ପୁସ୍ତକ ପ୍ରକାଶିନୀ କମଳା ପ୍ରକାଶିନୀ ଷ୍ଟଲ ରେ ଵି ପାଠକ ମାନଙ୍କ ଭିଡ଼ ଜମିଥିଲା | ପୁସ୍ତକପ୍ରେମୀ ସୁସାହିତ୍ୟିକ ତଥା କନ୍ଧମାଳ ର ଡି ଏସ ପି, ଫୁଲବାଣୀ ର ତହସିଲଦାର, ବହୁ ପ୍ରଶାସନିକ ଅଧିକାରୀ, ଶିଶୁ ସାହିତ୍ୟିକ କୈଳାସ ଚନ୍ଦ୍ର ଧଳ ପ୍ରମୁଖ ଷ୍ଟଲ ପରିସରରେ ବୁଲି ବୁଲି ନିଜ ମନପସନ୍ଦର ବହୁ ପୁସ୍ତକ କ୍ରୟ କରିଥିଲେ |















