ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପୁରୀ ଜିଲ୍ଲାରେ ବିସ୍ତୃତ ସାମୁଦ୍ରିକ ତଟ ଓ ଅନେକ ନଦୀ ରହିଛି ତେଣୁ ନୀଳ ଅର୍ଥ ନୀତି କୁ ସୃଦୃଢ଼ କରିବା ପାଇଁ ଏଠାରେ ପର୍ଯ୍ୟାପ୍ତ ମାନବ ସମ୍ବଳ ଓ ପ୍ରାକୃତିକ ସମ୍ପଦ ରହିଥିଲେ ମଧ୍ୟ ସରକାର ଏ ଦିଗରେ ଧ୍ୟାନ ଦେଉ ନାହାନ୍ତି ବୋଲି ପୁରୀ ଜିଲ୍ଲା ପାରମ୍ପରିକ ମତ୍ସ୍ୟ କର୍ମୀ ୟୁନିଅନ ତରଫରୁ ଅଭିଯୋଗ କରାଯାଇଛି।ପୁରୀ ପାରମ୍ପରିକ ମତ୍ସ୍ୟ କର୍ମୀ ୟୁନିଅନ ତରଫରୁ ଆୟୋଜିତ ବାର୍ଷିକ ସଭାରେ ନୂତନ କର୍ମକର୍ତ୍ତା ଚୟନ କରାଯିବା ସହିତ ଏଭଳି ଅଭିଯୋଗ ଆଣି ଛନ୍ତି କର୍ମକର୍ତ୍ତା ମାନେ।ବିଶେଷ ଭାବରେ ପୁରୀ ଜିଲ୍ଲାରେ ମତ୍ସ୍ୟଜିବୀ ମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରିବା ସହିତ ସେମାନଙ୍କ ଜୀବନ ଜୀବିକା ସହିତ ଖେଳ ଖେଳା ଯାଉଥିବା କହିଛନ୍ତି ୟୁନିଅନ ର ରାଜ୍ୟ ସଭାପତି ପ୍ରସନ୍ନ ବେହେରା ଓ ସମ୍ପାଦକ କେ ଆଲେୟା।

ପେଣ୍ଟ କଣ୍ଟା ସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଆୟୋଜିତ ବାର୍ଷିକ ସଭାରେ ପୁରୀ ଜିଲ୍ଲା ସଂଗଠନ କୁ ସୃଦୃଢ଼ କରିବା ପାଇଁ ନୂତନ ସଦସ୍ୟ ମାନଙ୍କୁ ଚୟନ କରାଯାଇ ଥିଲା।ୟୁନିଅନ ଜିଲ୍ଲା ସଭାପତି ବାବୁଲା ପ୍ରସାଦଙ୍କ ପ୍ରତେକ୍ଷ ତତ୍ତ୍ୱାବଧାନ ରେ ନୂତନ କର୍ମକର୍ତ୍ତାଙ୍କ ନାମ ରାଜ୍ୟ ମୁଖିଆ ମାନେ ଘୋଷଣା କରିଥିଲେ।ୟୁନିଅନ କାର୍ଯ୍ୟକ୍ରମ କୁ ଜୋରଦାର କରିବା ପାଇଁ ଜିଲ୍ଲା ର ବିଭିନ୍ନ ଅଞ୍ଚଳରୁ କର୍ମକର୍ତ୍ତା ଚୟନ କରାଯାଇଥିଲା ।
ପ୍ରଦୀପ୍ତ ବେହେରା ଜିଲ୍ଲା ସାଧାରଣ ସମ୍ପାଦକ,ଉପ ସଭାପତି ଭାବରେ ସାନପାଟଣା ଅଞ୍ଚଳରୁ ହରି ଚେଲାବେରି,ଅସ୍ତରଙ୍ଗରୁ ଅମାରେଶ୍ୱର୍ ବେହେରା,କୋଣାର୍କ ଚନ୍ଦ୍ରଭାଗା ରୁ ଗଙ୍ଗିର ଶ୍ରୀନିବାସ, ଗୌଡବାଡ଼ ସାହିରୁ ରାମ ବେହେରା,ଚକ୍ରତୀର୍ଥ ନୂଆସାହି ରୁ ଚନ୍ଦ୍ର ନାରାୟଣ, ପେଣ୍ଠକଟା ରୁ କନ୍ଦଳ ତାତାରାଓ ,ବାଲି ନୋଳିଆ ସାହିରୁ ଯେ ଭାରତୀଙ୍କୁ ଚୟନ କରାଯାଇଥିଲା। ଜିଲ୍ଲାର ସମସ୍ତ ନଦୀ ଓ ସାମୁଦ୍ରିକ ତଟ ଅଞ୍ଚଲରୁ ପ୍ରାୟ ୩୫ ଜଣଙ୍କୁ ଏକଜିକ୍ୟୁଟି୍ ସଦସ୍ୟ ଭାବରେ ଗ୍ରହଣ କରାଯାଇଥିଲା।ସେହି ପରି କେ ଭଗବାନଙ୍କୁ ଜିଲ୍ଲା କୋଷାଧକ୍ଷ ଭାବେ ଚୟନ କରାଯାଇ ଥିଲା,
ସମାଜ କର୍ମୀ ସିଦ୍ଧାର୍ଥ ରାୟ ,ଏନ୍ ଦୀନବନ୍ଧୁ ରାଓ ଓ ଅର୍ଜୁନ ବେହେରାଙ୍କୁ ୟୁନିଅନ ପରାମର୍ଶ ଦାତା ଭାବରେ ଗ୍ରହଣ। କରାଯାଇଥିଲା।ଏହି ଅବସରରେ ପୂର୍ବତନ ଜିଲ୍ଲା ୟୁନିଅନ ସମ୍ପାଦକ ବ୍ରଜସୁନ୍ଦର ବେହେରାଙ୍କ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୀରବ ପର୍ଥାନା କରାଯିବା ସହିତ ତାଙ୍କ ପରିବାର ବର୍ଗଙ୍କୁ ଜିଲ୍ଲା ୟୁନିଅନ ତରଫରୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇ ଥିଲା।ପୁରୀ ଜିଲ୍ଲା ରେ ହେବାକୁ ଥିବା ଚ୍ଛ ଗୋଟି ଏଫ୍ ଏଲ୍ ସି ,
ମତ୍ସ୍ୟ ବଜାର ,ଓ ଜେ ଟି ନିର୍ମାଣ କାର୍ଯ୍ୟ ୪ ବର୍ଷ ରୁ ଉର୍ଦ୍ଧ୍ବ ହୋଇ ଥିଲେ ମଧ୍ୟ ଜିଲ୍ଲା ଅଧିକାରୀ ମାନଙ୍କ ସହିତ ବାରମ୍ବାର ଆଲୋଚନା ହେଲା ପରେ ମଧ୍ୟ କାର୍ଯ୍ୟରେ କଛପ ଗତି ଓ ପ୍ରଶାସନିକ ଉଦାସୀନତା ପାଇଁ ରାଜ୍ୟ କର୍ମକର୍ତ୍ତା ଓ ନବ ନିର୍ବାଚିତ ପ୍ରତିନିଧି ମାନେ ବିରକ୍ତି ପ୍ରକାଶ କରିବା ସହିତ ଆଗକୁ ଆଲୋଚନା ନୁହେଁ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ୟୁନିଅନ ତରଫରୁ ନିଷ୍ପତ୍ତି ନିଆ ଯାଇଥିଲା।














