କଟକ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କଟକ ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ବରିଷ୍ଠ ସହାୟିକା ଶ୍ରୀମତୀ ବନ୍ଦନା ବେହେରା ବିଗତ ଦିନରେ ସରକାର ଙ୍କ ବଦଳି ନିର୍ଦ୍ଦେଶ ଅନୁଯାୟୀ ପଦୋନ୍ନତି ପାଇବା ପରେ ସରକାର ଙ୍କ ପକ୍ଷରୁ ତାଙ୍କୁ କଟକ ସହରର ଭକ୍ତମଧୁ ବିଦ୍ୟାପୀଠ କୁ ବଦଳି ନିର୍ଦ୍ଦେଶ କଟକ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିକଟକୁ ଆସିବା ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କଟକ ଜିଲ୍ଲା ଶିକ୍ଷାଧିକାରୀ କଟକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପରେ ଶ୍ରୀମତୀ ବେହେରା ଏହି ନିର୍ଦ୍ଦେଶ ପାଇବା ପରେ ଏହି ନିର୍ଦ୍ଦେଶ କୁ କୋହଳ କରିବା ଲାଗି କଟକ ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ କଟକ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଦରଖାସ୍ତ ମାଧ୍ୟମରେ ଅନୁରୋଧ କରିଥିଲେ ।
ଶ୍ରୀମତୀ ବେହେରା ଗଣମାଧ୍ୟମ ସମ୍ମୁଖରେ ନିଜର ଆମରଣ ଅନଶନ ବିଷୟରେ କହିଛନ୍ତି ଯେ, ବାରମ୍ବାର କଟକ ଜିଲ୍ଲା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ କୁ ଆସି କୈ।ଣସି ସୁଫଳ ନ ମିଳିବା ଏବଂ ଜିଲ୍ଲା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଜନୈକ କନିଷ୍ଠ ସହାୟକ ଦ୍ଵାରା ଜାତିଆଣ ଆକ୍ଷେପ, ଦୁର୍ବ୍ୟବହାର ଓ “ମୁଁ ଯାହା କହିବି ଶିକ୍ଷାଧୂକାରୀ ସେଇଟା କରିବେ ” କହିବା ଦ୍ବାରା ନିରୁପାୟ ହୋଇ ସ୍ବୟଂ ସେବା ନିବୃତ ହେବା ଲାଗି ଦରଖାସ୍ତ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦରମା ନ ପାଇବାରୁ ମାନସିକ, ଶାରୀରିକ ଯନ୍ତ୍ରଣା ରେ ଏହି ପଦକ୍ଷେପ ନେବାକୁ ବାଧ୍ୟ ହେଲି ।
















