ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପବିତ୍ର ଭଉଁରୀ ଯାତ୍ରା ଅବସରରେ ଶ୍ରୀ ଜଗନ୍ନାଥ ମନ୍ଦିର ସିଂହଦ୍ବାର ସମ୍ମୁଖରେ “ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଶ୍ରୀଜଗନ୍ନାଥଙ୍କ ସଂସ୍କୃତି, ପରମ୍ପରା ପ୍ରଚାର ପ୍ରସାର କରିବା ପାଇଁ ଶ୍ରୀକ୍ଷେତ୍ରାଧିପତି ଆଧ୍ୟାତ୍ମିକ ଜ୍ଯୋତିର୍ବାସ୍ତୁ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ସଂଗୃହିତ ହୋଇଥିବା ଜଗନ୍ନାଥ ଙ୍କ ସ୍ତୁତିମାନ ରସାମୃତ ପୁସ୍ତକରେ ସ୍ଥାନିତ ହୋଇଛି ।















