No Result
View All Result
ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଚଳିତ ବର୍ଷ ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୧୬ ତାରିଖରେ ଓ ବାହୁଡା଼ ଯାତ୍ରା ଜୁଲାଇ ୨୪ ତାରିଖରେ ଅନୁଷ୍ଠିତ ହେବ।ସୁନାବେଶ ଜୁଲାଇ ୨୫ ଓ ନୀଳାଦ୍ରି ବିଜେ ଜୁଲାଇ ୨୭ ତାରିଖରେ ଅନୁଷ୍ଠିତ ହେବ। ଦେବସ୍ନାନ ପୂର୍ଣ୍ଣିମା ଜୁନ ୨୯ ତାରିଖରେ ଅନୁଷ୍ଠିତ ହେବ।ତେଣୁ ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ ଓ ନିଳାଦ୍ରୀ ବିଜେ କୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ପ୍ରଥମ ସମନ୍ୱୟ ବୈଠକ ଆଜି ପୂର୍ବାହ୍ନରେ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଅଧ୍ୟକ୍ଷତା କରି କେନ୍ଦ୍ରାଚଂଳ ରାଜସ୍ବ ଆୟୁକ୍ତ ସୁଧାଂଶୁ ମୋହନ ସାମଲ ମହାପ୍ରଭୁଙ୍କ ରଥଯାତ୍ରା ସହ ସମସ୍ତ କାର୍ଯ୍ୟ ମହାପ୍ରଭୁ ନିଜେ ହିଁ ନିଧାର୍ଯ୍ୟ କରିଥାନ୍ତି।ଆମେ ମାନେ ତାଙ୍କ ନିର୍ଦ୍ଦେଶ ରେ କେବଳ ତାହାକୁ ପରିଚାଳନା କରନ୍ତି।ବିଭିନ୍ନ ବିଭାଗ କୁ ଯେଉଁ ଦାୟିତ୍ୱ ଦିଆଯାଉଛି ତାହାକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ସେ ପରାମର୍ଶ ଦେଇଥିଲେ। ପାରସ୍ପରିକ ସମନ୍ୱୟ ର ସହ ରଥଯାତ୍ରା କୁ ଆମେ ସଫଳ କରିବା ବୋଲି ରାଜସ୍ବ ଆୟୁକ୍ତ ଶ୍ରୀ ସାମଲ କହିଥିଲେ।ଚଳିତ ରଥଯାତ୍ରା ରେ ପ୍ରତ୍ୟେକ ଙ୍କ ମଧ୍ୟରେ ସୁସମନ୍ୱୟ ରଖି ଖୁବ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ସମସ୍ତ କାର୍ଯ୍ୟ କରିବାକୁ ସେ ସମସ୍ତ ଙ୍କୁ ଅନୁରୋଧ କରିଥିଲେ।ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଓ ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ଶୃଙ୍ଖଳିତ ରଥଯାତ୍ରା ପାଇଁ ବିବିଧ ପରାମର୍ଶ ଦେଇଥିଲେ।

ପ୍ରାରମ୍ଭରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସମସ୍ତଙ୍କୁ ସ୍ବାଗତ କରିବା ସହ ରଥଯାତ୍ରା କୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ରଥକାଠ ସଂଗ୍ରହ, ରଥ ନିର୍ମାଣ, ରଥଯାତ୍ରା ନିମନ୍ତେ ବିଭିନ୍ନ ସାମଗ୍ରୀ ସଂଗ୍ରହ ଓ ଯୋଗାଣ, ରଥକପଡା ସଂଗ୍ରହ, ନୀତି ସଂପାଦନ, ରଥଟଣା ସମ୍ପର୍କରେ ମତଦେଇ ନୀତି ପ୍ରଶାସକ ପ୍ରିୟରଞ୍ଜନ ପୃଷ୍ଟି ତିନି ରଥ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ଗତବର୍ଷ ର ୪୭ ଖଣ୍ଡ କାଠ ବଳି ଥିବାରୁ ଆଉ ୮୧୮ ଖଣ୍ଡ କାଠ ଆବଶ୍ୟକ ଥିଲା।ଇତି ମଧ୍ୟରେ ୭୧୦ ଖଣ୍ଡ କାଠ ପ୍ରାପ୍ତ ହୋଇଛି।

ଏହି କାଠ ଗୁଡିକୁ ପର୍ଯ୍ୟାୟ କ୍ରମେ ଜଙ୍ଗଲ ବିଭାଗ ଯୋଗାଉଛନ୍ତି ବୋଲି ସୂଚନା ଦେଇଥିଲେ।ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିବହନ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଓ ଉନ୍ନତି କରଣ,ପାର୍କିଂ ସ୍ଥଳ,ଶାନ୍ତି ଶୃଙ୍ଖଳା ରକ୍ଷା,ଟ୍ରେନ ଚଳାଚଳ ବ୍ୟବସ୍ଥା, ରଥଯାତ୍ରା ର ସିଧାସଳଖ ପ୍ରସାରଣ ବ୍ୟବସ୍ଥା,ଯାତ୍ରୀ ସୁବିଧା ପାଇଁ ଅସ୍ଥାୟୀ ସୂଚନା କେନ୍ଦ୍ର ବ୍ୟବସ୍ଥା,ଏଲଇଡି ଟିଭି ବ୍ୟବସ୍ଥା,ସ୍ୱେଛାସେବୀ ନିୟୋଜନ ଇତ୍ୟାଦି ସମ୍ବନ୍ଧ ରେ ବିସ୍ତୃତ ଆଲୋଚନା ହେବା ସହ ସମ୍ପୃକ୍ତ ବିଭାଗ ମାନେ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଆୟୁକ୍ତ ଶ୍ରୀ ସାମଲ ନିର୍ଦ୍ଦେଶ ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ସତ୍ୟଜିତ ନାୟକ,ଦେବୋତ୍ତର କମିଶନର ସତ୍ୟ ସୁନ୍ଦର ଷଡ଼ଙ୍ଗୀ, ଏସ ପି ପ୍ରତୀକ ସିଂ,ପୁରୀ ଡିଏଫଓ ଧନଜୀ ରାଓସୋ ମଗର,ପୁରୀ ମହାନଗର ନିଗମର କମିଶନର ସ୍ନେହା ଅରୁଗୁଳା, ପଞ୍ଚାୟତରାଜ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଖାଦ୍ୟ ଯୋଗାଣ ବିଭାଗ ସ୍ବତନ୍ତ୍ର ଶାସନ ସଚିବ, ନିର୍ଦ୍ଦେଶକ ସ୍ଵାସ୍ଥ୍ୟ ସେବା ଡା ମହେଶ ମୋହନ ପଣ୍ଡା,ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ ଡା ନୀଳକଣ୍ଠ ମିଶ୍ର,ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା ପୁଷ୍ପିତା ମହାନ୍ତି, ପୂର୍ତ୍ତ ବିଭାଗ ଚିଫ ଇଞ୍ଜିନିୟର ଶିବବ୍ରତ ତରାଇ, ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ବିନୟ କୁମାର ଦାଶ,ଅତିରିକ୍ତ ମଣ୍ଡଳ ରେଲ ପ୍ରବନ୍ଧକ,
ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ମନ୍ଦିର ପରିଚାଳନା କମିଟିର ସଦସ୍ୟ, ସେବାୟତ, ବିଶିଷ୍ଟ ବ୍ୟକ୍ତି, ବିଭିନ୍ନ ବିଭାଗୀୟ ଅଧିକାରୀ,ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ,ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ ମହାରଣା, ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଅନୁଶ୍ରବ ଗନ୍ତାୟତ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନା ରେ ଅଶଂଗ୍ରହଣ କରିଥିଲେ।ସମନ୍ବୟ ବୈଠକ କୁ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପରିଚାଳନା କରିଥିଲେ।

No Result
View All Result