ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ପୁରୀ ପୋଲିସ ପକ୍ଷରୁ ଏକ ବଡଧରଣର ଆଇପିଏଲ ବେଟିଂ ରାକେଟ ଠାବ କରିବା ସହ ୪ ଜଣକୁ ଗିରଫ କରିଛି । ସେମାନଙ୍କ ଠାରୁ ୬ଟି ମୋବାଇଲ, ୨୫ ଲକ୍ଷ ୩୫ ହଜାର ନଗଦ ଟଙ୍କା ଓ ବ୍ଯାଙ୍କ ପାସବୁକ ରେ ଥିବା ୩୧ ଲକ୍ଷ ୮୧ ହଜାର ୨୪୪ଟଙ୍କା ଫ୍ରିଜ କରାଯାଇଛି । ଏ ସମ୍ପର୍କରେ ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରତୀକ ସିଂଙ୍କ କହିଛନ୍ତି ଅତି ସତର୍କତାର ସହ ସାଇବର ଥାନା ପୋଲିସ ଗିରଫ କରିବାରେ ସମର୍ଥ ହୋଇଛି । ଏ ସମ୍ପର୍କରେ ସାଇବର ଥାନାରେ ୧୮/୨୬ରେ ମାମଲା ରୁଜୁ ହୋଇଛି ।















